Categories: ଫୁରସତ

ବ୍ୟାଟମ୍ୟାନ୍‌ ହୋଇ ଦେଉଛନ୍ତି ବେସାହାରା ପ୍ରାଣୀଙ୍କୁ ସାହାରା

ଫ୍ଲୋରିଡାର ୨୭ ବର୍ଷୀୟ ଭାନ୍‌ ଡୋର୍ନଙ୍କୁ ଛୋଟବେଳୁ କାର୍ଟୁନ୍‌ ଚରିତ୍ର ବ୍ୟାଟମ୍ୟାନ ବହୁତ ଭଲ ଲାଗୁଥିଲା। ବଡ଼ ହେବା ପରେ ସେ ଅରଲାଣ୍ଡୋରେ ଏକ ଆନିମଲ୍‌ ରେସ୍କ୍ୟୁ ସଂସ୍ଥା ସହ ଜଡିତ ହେଲେ। ନିଷ୍ପତ୍ତି ନେଲେ ବ୍ୟାଟ୍‌ମ୍ୟାନ୍‌ ବେଶଭୂଷାରେ ରହି ସେ ପ୍ରାଣୀଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ସୁରକ୍ଷିତ ଘର ପ୍ରଦାନ କରିବେ। କାରଣ ସେ ଭାବୁଥିଲେ ଏହି ବେଶଭୂଷାରେ କାମ କଲେ ବେସାହାରା ପ୍ରାଣୀଙ୍କ ପ୍ରତି ବହୁ ଲୋକଙ୍କ ଦୃଷ୍ଟି ପଡିବ। ଆଉ ସେମାନେ ଏହି ପ୍ରାଣୀଙ୍କୁ କୋଳେଇ ନେବାକୁ ଆଗେଇ ଆସିବେ। ଆଉ ତାହା ହିଁ ହୋଇଥିଲା। ପରେ ସେ ନିଜର ବି ଏକ ନନ୍‌ପ୍ରଫିଟ୍‌ ଅର୍ଗାନାଇଜେଶନ୍‌ ଗଢିଲେ, ଯାହାର ନାଁ ଦେଲେ ‘ବ୍ୟାଟମ୍ୟାନ୍‌ ଫର୍‌ ପ’ସ୍‌। ଆଉ ଦେଶର ବିଭିନ୍ନ ସ୍ଥାନ ବୁଲି ବେସାହାରା ପ୍ରାଣୀଙ୍କୁ ସାହାଯ୍ୟ କରିବା ସହ ତାଙ୍କୁ ସୁରକ୍ଷିତ ରହିବା ସ୍ଥାନ ଯୋଗାଇଲେ। ତେବେ ସେ କହନ୍ତି, ‘ପ୍ରକୃତରେ କହିବାକୁଗଲେ ମୁଁ ହିରୋ ନୁହେଁ। ଯେଉଁମାନେ ସେମାନଙ୍କୁ ଘର ଯୋଗାଉଛନ୍ତି ସେଇମାନେ ହିଁ ପ୍ରକୃତ ହିରୋ।’

Share