ବ୍ୟାଟିଂ ବେଳେ ଫିଲ୍ଡ ସେଟ୍‌ କଲେ ଧୋନୀ

କାର୍ଡିଫ,୨୯ା୫- କ୍ରିକେଟରେ ଏମିତି କିଛି ନାହିଁ, ଯାହା ମହେନ୍ଦ୍ର ସିଂ ଧୋନୀ କରିପାରିବେ ନାହିଁ। ଭେଟେରାନ ଭାରତୀୟ କ୍ରିକେଟର ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ନିଜର ଫିନିଶିଂ ଦକ୍ଷତା ଓ ନେତୃତ୍ୱ ଶ୍ରେଳୀ ପାଇଁ ବିଶ୍ୱରେ ପରିଚିତ। ପୂର୍ବତନ ଅଧିନାୟକ ଏଠାରେ ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ରେ କ୍ରିକେଟ ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି। ମ୍ୟାଚ୍‌ର ୪୦ତମ ଓଭରରେ ଧୋନୀ ବ୍ୟାଟିଂ କରୁଥିବାବେଳେ ବୋଲର ଶବିର ରେହମାନଙ୍କୁ ବଲ ପକାଇବା ପୂର୍ବରୁ ଅଟକାଇ ଦେଇଥିଲେ। କାରଣ ଧୋନୀ ଫିଲ୍ଡରେ କିଛି ତ୍ରୁଟି ଦେଖିବାକୁ ପାଇଥିଲେ। ଏହାପରେ ୩୭ ବର୍ଷୀୟ ଧୋନୀ ବୋଲର ଶବିରଙ୍କୁ ମିଡ୍‌ ଉଇକେଟରୁ ଫିଲ୍ଡର ହଟାଇ ସ୍କୋୟାର ଲେଗ୍‌ ଅଞ୍ଚଳକୁ ପଠାଇବାକୁ ଉପଦେଶ ଦେଇଥିଲେ। ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଥିଲେ ମଧ୍ୟ ସ୍ପିନର ଶବିର ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କ ଉପଦେଶ ପାଳନ କରିିଥିଲେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ଚର୍ଚ୍ଚା ହେବା ସହ ଭିଡିଓ ଭାଇରାଲ ହୋଇଛି। ଉଲ୍ଲେକଥାଉ କି, ଧୋନୀ ୭୮ ବଲର ସମ୍ମୁଖୀନ ହୋଇ ୧୧୩ ରନ୍‌ କରିଥିଲେ। ଏହି ଶତକୀୟ ଇନିଂସରେ ୭ ଛକା ଓ ୮ ଚୌକା ସାମିଲ ଥିଲା।

Share