ବ୍ୟାଟେରି ଚୋରି ରାକେଟ ସକ୍ରିୟ

ବନ୍ତ,୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଏବେ ବ୍ୟାଟେରି ଚୋରି ରାକେଟ ସକ୍ରିୟ ହୋଇଛନ୍ତି। ବିଭିନ୍ନ ସ୍ଥାନରୁ ବ୍ୟାଟେରି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି। ସଖିପାଟଣା ଛକ ନିକଟରେ ଗୋଟିଏ ମିନି ଟ୍ରକ୍‌, ବନ୍ତ ବଜାର ଓ ପଧାନପଡ଼ା ଆଦି ସ୍ଥାନରେ ରହିଥିବା ଟ୍ରାକ୍ଟରରୁ ବ୍ୟାଟେରି ଚୋରି ହୋଇଯାଇଥିବା ଦର୍ଶାଯାଇଛି। ସେହିପରି ନିଳୋକ ବଜାରରୁ ଉପେନ୍ଦ୍ର ମିଶ୍ରଙ୍କ ଦୋକାନ ସମ୍ମୁଖରେ ଥିବା ଏକ ବାଇକ୍‌ରୁ ଦୁର୍ବୃତ୍ତମାନେ ବ୍ୟାଟେରି ଓ ଆଗ ଚକ ଚୋରି କରି ଗାଡ଼ିକୁ ୧ କି.ମି. ଦୂର କଲୋନି ସାହିସ୍ଥିତ ବୁଦା ନିକଟରେ ଫିଙ୍ଗି ଦେଇଥିଲେ। ବିଭିନ୍ନ ସ୍ଥାନରେ ଚୋରି ସମ୍ପର୍କରେ ବନ୍ତ ଥାନାରେ ଅଭିଯୋଗ ହେବାପରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।