Categories: ଖେଳ

ବ୍ୟାଟ୍‌ ଛାଡି ବନ୍ଧୁକ ଧରିଲେ ଧୋନୀ

ରାଞ୍ଚି,୧୬।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ ପଡିଆକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇ ରହିଛି। ଏସବୁ ଭିତରେ ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଥିବା ଏକ ଶୁଟିଂ ରେଞ୍ଜରେ ପହଞ୍ଚିଥିଲେ। ସେଠାରେ ତାଙ୍କ ବନ୍ଧୁକ ଧରି ଶୁଟିଂ ଅଭ୍ୟାସ କରୁଥିବାର ଦେଖାଯାଇଛି। ଧୋନୀଙ୍କ ବନ୍ଧୁକ ଧରିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶଂସକ ସେ କେବେ କ୍ରିକେଟକୁ ଫେରିବେ ବୋଲି ପ୍ରଶ୍ନ କରିଛନ୍ତି। ଏହାପୂର୍ବରୁ ଧୋନୀଙ୍କୁ ଟେନିସ ଖେଳୁଥିବାର ଦେଖାଯାଇଥିଲା।

Share