Categories: ଜାତୀୟ

ବ୍ୟାନ୍‌କୁ ବେଖାତିର: ୩ ବର୍ଷରେ ଭାରତରେ ୭ ହଜାର କୋଟି ନିବେଶ କରିବ ଟିକ୍‌ଟକ୍‌

ନୂଆଦିଲ୍ଲୀ,୨୦।୪: ଭାରତରେ ଟିକ୍‌ ଟକ୍‌ ଆପ୍‌କୁ ବ୍ୟାନ୍‌ କରାଯିବା ପରେ ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ବାଇଟ୍‌ ଡ୍ୟାନ୍ସ୍‌ ଟେକ୍ନୋଲୋଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଏହାକୁ ହଟାଇ ଦେଇଛି। ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଭାରତରେ ଏହି ଆପ୍‌କୁ ନେଇ ସମସ୍ୟାର ସମାଧାନ କରାଯିବ। ଏହା ସହିତ ଟିକ୍‌ଟକ୍‌ର ପ୍ୟାରେଣ୍ଟ୍‌ କମ୍ପାନୀ ଆଗାମୀ ୩ ବର୍ଷରେ ଭାରତରେ ୭ ହଜାର କୋଟି ଟଙ୍କାର ନିବେଶ କରିବ ବୋଲି ଘୋଷଣା କରିଛି। କମ୍ପାନୀ ଭାରତରେ ଏହାର କର୍ମଚାରୀ ସଂଖ୍ୟା ବୃଦ୍ଧି କରି ଏକ ହଜାରରେ ପହଞ୍ଚାଇବାର ଯୋଜନା କରିଛି। ସେମାନଙ୍କ ମଧ୍ୟରୁ ୨ ଶହ ୫୦ କର୍ମଚାରୀ କଣ୍ଟେଟ୍‌ ଉପରେ ଜନର ରଖିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଭାରତରେ ଟିକ୍‌ଟକ୍‌ର ୧୨ କୋଟି ବ୍ୟବହାରକର୍ତ୍ତା ଅଛନ୍ତି। ଯୁବବର୍ଗଙ୍କ ମଧ୍ୟରେ ଏହା ବେଶ୍‌ ଲୋକପ୍ରିୟ ହୋଇପାରିଛି।

Share