ବ୍ୟାୟାମ କରିବା ସମୟରେ ପଡ଼ିଗଲେ ଅମୀରଙ୍କ ଝିଅ, ଭିଡିଓ ଭାଇରାଲ

ଅମୀର ଖାନ୍‌ଙ୍କ ଝିଅ ଇରା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ବ୍ୟାୟାମ କରିବା ସମୟରେ ସେ ପଡ଼ିଯାଇଥିବା ନଜର ଆସିଛି। ଇରା ଜିମ୍‌ ସେଣ୍ଟରରେ ଏକ ରଡ୍‌ରେ ଓହଳି ବଡି ମୁଭ୍‌ ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କର ହାତ ଖସିଯାଇଥିଲା। ଫଳରେ ସେ ଗଳି ପଡ଼ିଥିଲେ। ଭିଡିଓଟି ଶେୟାର କରି ସେ ଲେଖିଛନ୍ତି, ମୁଁ ଠିକ୍‌ ଅଛି। କହିରଖୁଛୁ, ଇରା ‘ୟୁରିପାଇଡ୍‌ସ ମିଡିଆ’ରେ ନିର୍ଦ୍ଦେଶକ ଭାବରେ କାମ କରୁଛନ୍ତି। ଯାହା ଭାରତର ଚୁନିଦା ସହରରେ ପ୍ରଦର୍ଶିତ ହେବ। ପ୍ରଥମଥର ପାଇଁ ସେ ନିର୍ଦ୍ଦେଶନା ଦେଉଛନ୍ତି। ଗ୍ରୀସ୍‌ର ପୌରାଣିକ କାହାଣୀ ଉପରେ ଆଧାରିତ ତଥା ଦୁଃଖଭରା ହୋଇଥିବାବେଳେ ଏହାର ପ୍ରିମିୟର ଡିସେମ୍ବରରେ ହେବ। ଏଥିରେ କ୍ରିକେଟର ଯୁବରାଜ ସିଂହ ଏବଂ ତାଙ୍କ ସ୍ତ୍ରୀ ହେଜଲ କିଚ୍‌ ଅଭିନୟ କରିଥିବା ନଜର ଆସିବେ।

 

 

Share