ବ୍ୟାୟାମ କଲେ ବୃଦ୍ଧିପାଏ ବୟସ୍କଙ୍କ ସ୍ମରଣ ଶକ୍ତି

ନ୍ୟୁୟର୍କ:  ବ୍ୟାୟାମ କଲେ ବୟସ୍କମାନଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଓ ସ୍ମରଣ ଶକ୍ତି ବୃଦ୍ଧି ପାଏ  । ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁ ମିଳିଛି। ଗବେଷଣାରେ ୬୦ରୁ ୮୦ ବର୍ଷ ବୟସ ମଧ୍ୟରେ ୩୪ ଜଣଙ୍କୁ ସାମିଲ କରାଯାଇଥିଲା। ଏହି ବୟସ ବର୍ଗର ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କର ମସ୍ତିଷ୍କ ଓ ସ୍ମରଣ ଶକ୍ତି ଉପରେ ପରୀକ୍ଷା କରାଯିବା ପରେ ଏହା ଜଣାପଡିଛି। ଏପରିକି ଦୈନିକ ଅନେକ ନୁହେଁ ବରଂ ଗୋଟିଏ ବ୍ୟାୟାମ କଲେ ବି ସୁଫଳ ମିଳିପାରିବ ବୋଲି କହିଛନ୍ତି ଆଇଓ୍ବା ୟୁନିଭର୍ସିଟିର ଆସିଷ୍ଟାଣ୍ଟ୍‌ ପ୍ରଫେସର ମିଚେଲ ଭସ୍‌। ଏହି ଗବେଷଣାଭିତ୍ତିକ ତଥ୍ୟ ଜର୍ନାଲ ମେଡିସିନ ଆଣ୍ଡ୍‌ ସାଇନ୍ସ ଇନ୍‌ ସ୍ପୋଟର୍‌ସ ଆଣ୍ଡ୍‌ ଏକ୍ସର୍‌ସାଇଜରେ ପ୍ରକାଶ ପାଇଛି।

Share