Categories: ବାଣିଜ୍ୟ

ବୟନିକାର ୧୫୦ କୋଟି କାରବାର ଲକ୍ଷ୍ୟ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ୨୦୧୮-୧୯ ଆର୍ଥତ୍କ ବର୍ଷରେ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ବୟନିକା ୧୧୭ କୋଟି ଟଙ୍କାର କାରବାର କରିବାକୁ ସକ୍ଷମ ହୋଇଛି। ଚଳିତବର୍ଷ ୧୫୦ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏଠାରେ ଅନୁଷ୍ଠିତ ବୟନିକାର ୩୬ତମ ବାର୍ଷିକ ସାଧାରଣ ସଭାରେ ସଭାପତି ଶେଷକୁମାର ମେହେର ଏହି ଲକ୍ଷ୍ୟ ହାସଲ କରିବା ଲାଗି ଅଂଶୀଦାରଙ୍କ ସହଯୋଗ ଲୋଡିଛନ୍ତି। ଅନୁଷ୍ଠାନର ବ୍ୟବସାୟିକ ଉନ୍ନତି ଏବଂ ଲକ୍ଷ୍ୟ ହାସଲ ସହ ଏହାକୁ ଶୀର୍ଷସ୍ଥାନରେ ପହଞ୍ଚାଇବା ଲାଗି ସଦସ୍ୟମାନେ ସେମାନଙ୍କ ମତ ରଖିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବୁଣାକାର ସମବାୟ ସମିତିଗୁଡିକରୁ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ବୟନିକାର ଉପସଭାପତି ପ୍ରମିଳା ମଲ୍ଲିକ, ପରିଚାଳନା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ବୟନଶିଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ, ସମ୍ପାଦକ ଦେବରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share