ବୟଫ୍ରେଣ୍ଡଙ୍କ ସହ ସ୍କୁଟିରେ ବୁଲୁଛନ୍ତି ଶ୍ରଦ୍ଧା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଫଳରେ ବଲିଉଡ୍‌ ସେଲିବ୍ରିଟିମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହାସହ ସୋସିଆଲ ମିଡିଆରେ ବି ସେଲିବ୍ରିଟିମାନେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ବୟଫ୍ରେଣ୍ଡ ରୋହନ ଶ୍ରେଷ୍ଟାଙ୍କ ସହ ସ୍କୁଟିରେ ବସି ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦୁହେଁ ସ୍କୁଟିରେ ବୁଲୁଥିବାବେଳେ ମୁହଁରେ ମାସ୍କ ପିନ୍ଧିଥିଲେ। ଶ୍ରଦ୍ଧା କ୍ୟାମେରାଠୁ ଲୁଚିବା ପାଇଁ ପୂରା ଚେଷ୍ଟା କରିଥିଲେ ମଧ୍ୟ ଧରାପଡିଯାଇଥିଲେ। ରୋହନ ଶ୍ରେଷ୍ଟା ଜଣେ ପ୍ରସିଦ୍ଧ ଫଟୋଗ୍ରାଫର। ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଏତେଟା ଚର୍ଚ୍ଚା ହେଉ ନ ଥିଲେ ଖୁବଶୀଘ୍ର ସେମାନେ ବିବାହ କରିବେ ବୋଲି ଜଣାପଡିଛି।

Share