ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଲେ ଏହି ଅଭିନେତାଙ୍କ ଝିଅ

ଇଟାଲିୟନ୍‌ ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା। ଇନଷ୍ଟାଗ୍ରାମରେ ନିଜ ବୟଫ୍ରେଣ୍ଡ୍‌ଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଏକ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସେ । ଜୀବନରେ ମୋତେ ବହୁତ ଭଲ ପାଇବା ଦେଇଛ ଯାହାକୁ ମୁଁ କେବେ ଭୁଲିପାରିବି ନାହିଁ,ମୋ ଭିତରେ ତୁମେ ସବୁବେଳେ ରହିବ ବୋଲି ତ୍ରିଶାଳା କହିଛନ୍ତି। ଉକ୍ତ ପୋଷ୍ଟରେ ନିଜ ବୟଫ୍ରେଣ୍ଡଙ୍କ ନାଁ ନେଇନାହାନ୍ତି ସେ। ଏପରିକି ତାଙ୍କର କେମିତି ମୃତ୍ୟୁ ହେଲା ମଧ୍ୟ ତ୍ରିଶାଳା ଉକ୍ତ ପୋଷ୍ଟରେ ଦର୍ଶାଇନାହାନ୍ତି। ପୂର୍ବରୁ ତ୍ରିଶାଳା ଏବଂ ତାଙ୍କ ବୟଫ୍ରେଣ୍ଡ ମସ୍ତି କରୁଥିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା।

Share