ବୟସରେ ଢେର ସାନ ଅଭିନେତ୍ରୀଙ୍କ ସହିତ ରୋମାନ୍ସ କରିଛନ୍ତି ଏହିସବୁ ଅଭିନେତା

ଅଜୟ ଦେବଗନଙ୍କ ଫିଲ୍ମ ‘ଦେ ଦେ ପ୍ୟାର ଦେ’ ରିଲିଜ ହୋଇସାରିଛି। ଫିଲ୍ମକୁ ଭଲ ରେସ୍‌ପନ୍ସ ବି ମିଳିଛି। ଏଥିରେ ଅଜୟ ଜଣେ ଡିଭର୍ସୀ ଭୂମିକାରେ ଅଭିନୟ କରିବା ସହ ଝିଅ ବୟସର ଅଭିନେତ୍ରୀଙ୍କୁ ପ୍ରେମ କରୁଛନ୍ତି। ଅଜୟଙ୍କ ପୂର୍ବରୁ ବଲିଉଡ୍‌ର ଆଉ କିଛି ଅଭିନେତା ଅଛନ୍ତି ଯେଉଁମାନେ ନିଜ ବୟସଠାରୁ ବହୁ ସାନ ଅଭିନେତ୍ରୀଙ୍କ ସହିତ ଫିଲ୍ମରେ ରୋମାନ୍ସ କରିଛନ୍ତି।

ସଲମାନ ଖାନ୍‌ : ୫୩ ବର୍ଷରେ ପଦାର୍ପଣ କରିଥିବା ସଲମାନ୍‌ ଅଧିକାଂଶ ଫିଲ୍ମରେ ତାଙ୍କଠାରୁ ବୟସରେ ବହୁ ସାନ ଅଭିନେତ୍ରୀଙ୍କ ସହିତ ଅଭିନୟ କରିଛନ୍ତି। ଫିଲ୍ମ ‘ବୀର’ରେ ୨୨ ବର୍ଷ ସାନ ଜରୀନ୍‌ ଖାନ୍‌ଙ୍କ ସହିତ ସଲମାନ ରୋମାନ୍ସ କରିଥିବାବେଳେ ‘ଭାରତ’ରେ ୨୭ ବର୍ଷ ସାନ ଦିଶା ପଟାନୀଙ୍କ ସହିତ କରିଛନ୍ତି ରୋମାନ୍ସ।

ସନ୍ନି ଦେଓଲ : ବୟସରେ ଅଧିକ ସାନ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହ ମଧ୍ୟ ସନ୍ନି ଅଭିନୟ କରିଛନ୍ତି। ‘ସିଂହ ସାହେବ ଦ ଗ୍ରେଟ୍‌’ରେ ସେ ଉର୍ବଶୀଙ୍କ ସହିତ ସେ ଅଭିନୟ କରିଥିଲେ। ସେତେବେଳେ ସନ୍ନିଙ୍କୁ ୫୮ ବର୍ଷ ହୋଇଥିବାବେଳେ ଉର୍ବଶୀଙ୍କୁ ମାତ୍ର ୧୯ ବର୍ଷ। ଦୁହିଁଙ୍କ ବୟସ ତାରତମ୍ୟ ୩୯ବର୍ଷ ସାନ।

ଶାହାରୁଖ ଖାନ୍‌ : ଫିଲ୍ମ ‘ଜିରୋ’ରେ ଶାହାରୁଖଙ୍କ ସହିତ କ୍ୟାଟ୍ରିନା ଏବଂ ଅନୁଷ୍କା ଶର୍ମା ଅଭିନୟ କରିଥିଲେ। ଦୁଇଜଣଙ୍କ ବୟସ ଶାହାରୁଖଙ୍କଠାରୁ ୨୨ ବର୍ଷ ସାନ।

Share