Categories: ଜାତୀୟ

ବୟସ୍କଙ୍କ ସେବା ନ କଲେ ବୋହୂ-ଜ୍ୱାଇଁ, ସାବତ ଝିଅ-ପୁଅଙ୍କୁ ବି ମିଳିବ ଦଣ୍ଡ: ମୋଦି ସରକାରଙ୍କ ନୂଆ ନିୟମ !

ନୂଆଦିଲ୍ଲୀ,୫।୧୨: ପୂର୍ବରୁ ମାତା-ପିତାଙ୍କ ସେବା କରୁ ନ ଥିବା ଝିଅ ପୁଅଙ୍କ ଉପରେ ଦଣ୍ଡାଦେଶର ବ୍ୟବସ୍ଥା ଥିଲା। ତେବେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୨୦୦୭ ମେଣ୍ଟେନାସ୍‌ ଆଣ୍ଡ୍‌ ଓ୍ବେଲଫେୟାର ଅଫ୍‌ ପ୍ୟାରେଣ୍ଟସ୍‌ ଆଣ୍ଡ୍‌ ସିଟିଜେନ୍‌ ଆକ୍ଟରେ କେତେକ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ଏଣିକି ବୟସ୍କଙ୍କ ସେବା ନ କଲେ ବୋହୂ-ଜ୍ୱାଇଁ, ସାବତ ଝିଅ-ପୁଅଙ୍କୁ ଉପରେ ବି ଦଣ୍ଡାଦେଶ କରାଯିବ। ପୂର୍ବରୁ ଝିଅ ପୁଅଙ୍କୁ ଏନେଇ ୩ ମାସର ଜେଲ ଦଣ୍ଡାଦେଶ କରାଯାଉଥିବାବେଳେ ଏହାକୁ ବଢ଼ାଇ ଏବେ ୬ ମାସ କରି ଦିଆଯାଇଛି। ସେହିପରି ଭରଣପୋଷଣ ପାଇଁ ସବୋର୍ଚ୍ଚ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ସଂଶୋଧିତ ବିଲ୍‌ରେ ଦର୍ଶାଯାଇଛି। ତେବେ ଭରଣପୋଷଣ ବୋହୂ-ଜ୍ୱାଇଁ, ସାବତ ଝିଅ-ପୁଅଙ୍କ ଆର୍ଥିକ ସ୍ଥିତି ଉପରେ ନିଶ୍ଚିତ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର କହିଛନ୍ତି।

Share