Categories: ଖେଳ

ବୟସ ଜାଲିଆତି ରୋକିବାକୁ ବୋର୍ଡର ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌

ନୂଆଦିଲ୍ଲୀ,୨।୧୦(ପି.ଟି.)- କ୍ରିକେଟରେ ବୟସ ଜାଲିଆତି ଏବେ ଉତ୍କଟ ସମସ୍ୟା ରୂପେ ଉଭା ହୋଇଛି। ଏହାକୁ ରୋକିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ୨୪/୭ ହେଲ୍ପଲାଇନ୍‌ ଜାରି କରିଛି। ପୂର୍ବରୁ ବୋର୍ଡ ମଧ୍ୟ ଆଣ୍ଟି ଡୋପିଂ ହେଲ୍ପ ଲାଇନ୍‌ ମଧ୍ୟ ଜାରି କରିଥିଲା। ବିସିସିଆଇ ଆଣ୍ଟି ଡୋପିଂ ଓ ଆଣ୍ଟି- କରପଶନ କ୍ରିକେଟକୁ କଳଙ୍କ ମୁକ୍ତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛି। ଏବେ ବୟସ ଜାଲିଆତିକୁ ରୋକିବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି।
ବିସିସିଆଇର ଆଗାମୀ ୨୦୧୯- ୨୦ ଘରୋଇ ସେସନରେ ମ୍ୟାଚ୍‌ ଖେଳାଯାଉଥିବା ଭେନ୍ୟୁଗୁଡିକର ଡ୍ରେସିଂ ରୁମ୍‌ରେ ହେଲ୍ପଲାଇନ୍‌ ନମ୍ବର ଲିଖିତ ଏକ ବ୍ୟାନର ଲଗା ଯିବ। ବୟସ ଜାଲିଆତି ନେଇ ଯଦି କୌଣସି ଘଟଣା ସାମ୍‌ନାକୁ ଆସେ ତାହାଲେ ଯେକୌଣସି କ୍ରିକେଟର ବା ବ୍ୟକ୍ତି ଏହି ନମ୍ବର ମାଧ୍ୟମରେ ଯୋଗାଯୋଗ ରକ୍ଷା କରିପାରିବେ। ସୂଚନା ଦେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି କୁହାଯାଇଛି।

Share