ବ ଲି ଉ ଡ୍‌ ହା ଲ ଚା ଲ

*ନୂଆ ସିନେମା ‘ସତ୍ତେ ପେ ସତ୍ତା’ରେ ଅନୁଷ୍କା ଶର୍ମା ଜଣେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିବେ।

*‘ବଣ୍ଟି ଔର ବବଲି’ ସିକୁଏଲ୍‌ କାଷ୍ଟିଂରୁ ଅଭିଷେକ ବଚ୍ଚନ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୈଫ ଅଲ୍ଲୀ ଖଁାଙ୍କୁ ସାଇନ୍‌ କରାଯାଇଛି। ପ୍ରଥମେ ଏହି ଅଫରକୁ ସୈଫ ରେଡ୍‌ ସିଗନାଲ ଦେଖାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ରାଜି ହୋଇଥିଲେ। ରାଣୀ ମୁଖାର୍ଜୀ ଫିମେଲ୍‌ ଲିଡ୍‌ରେ ଅଭିନୟ କରିବେ। ଫିଲ୍ମଟି ଆସନ୍ତାବର୍ଷ ଜାନୁୟାରୀ ୧୦ରେ ରିଲିଜ ହେବାର ଯୋଜନା ରହିଛିି।

*ବୋନି କପୁରଙ୍କର ନୂଆ ପ୍ରୋଜେକ୍ଟ ‘ନୋ ଏଣ୍ଟ୍ରି ମେନ୍‌ ଏଣ୍ଟ୍ରି’କୁ ନେଇ ଏବେ ଚର୍ଚ୍ଚା। କାରଣ ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ସଲମାନ ଖଁା ଅଭିନୟ କରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ସଲମାନ ଏ ନେଇ କିଛି ନିଷ୍ପତ୍ତି ନେଇ ନାହାନ୍ତି। ତେବେ ତାଙ୍କୁ ରାଜି କରାଇବାକୁ ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଅଣ୍ଟା ଭିଡିଛନ୍ତି।

*ଇନ୍ଦ୍ର କୁମାର ଖୁବ୍‌ ଶୀଘ୍ର ଏକ କମେଡି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏହାର ମୁଖ୍ୟ ଭୂମିକାରେ ଅଜୟ ଦେବଗନ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଅଭିନୟ କରିବେ।

*ଇମତିୟାଜ ଅଲ୍ଲୀ ଏବେ ଏକ ବାୟୋପିକ୍‌ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ବଲିଉଡ୍‌ର ଅନ୍ୟତମ ନାମୀ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀକୁ ନେଇ ସେ ଏହି ଫିଲ୍ମଟି ପ୍ରସ୍ତୁତ କରିବେ ବୋଲି ଜଣାପଡିଛି।

 

Share