ଭଂଗା କୁରିଆରେ ବିତୁଛେ ଜୀବନ୍‌:ଘରଖଁଡ଼େ ଲାଗି ଗୁହାରି କରି ଦମ୍ପତି ନିରାଶ

ସିନାପାଲି, ୧୦।୮ (ଡି.ଏନ୍‌.ଏ.):
ନୂଆପଡ଼ା ଜିଲା ସିନାପାଲି ବ୍ଲକ ନୂଆମାଲପଡ଼ା ଗଁାର ଅସାହା ଦମ୍ପତି ରାମ ସିଂ ବାଗ(୬୦) ଆର ମାଏକିନା ସୁବର୍ଣ୍ଣୀ ବାଗ(୫୭)। ଇମାନକର ପିଲାଛୁଆ କିଛି ନାଇଁ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ନଁାକେ ଜମିବାଡ଼ି ଦୁଇଟୁକ୍‌ରି ରହିଛେ। ଇଆଡ଼େ ରାମ ସିଂ ଝନେ ଦିବ୍ୟାଙ୍ଗ ହେଇଥିଲାବେଲେ ସେ ଠିକ୍‌ରେ ଚାଲବୁଲ କି ଶୁନି ନାଇଁ ପାରବାର। ଏନ୍‌ତାଥି ଆହା କରବାକେ ପାସେ କେହି ନାଇଁ। ଫିମାସ ପଁଚେତ୍‌ରୁ ମିଲୁଥିବାର ଚାଉଲ ଦୁରାକ ଇ ଅସାହା ଦମ୍ପତିକଁର ସାହାଭରସା। ଇଆଡ଼େ ଭଲ ଘରଖଁଡ଼େ ନାଇଁଥିଲାବେଲେ ଗୁଟେ ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ମୁଡ ଗୁଁଜିଛନ୍‌। ଗଲା ଦୁଇ ଦିନ୍‌ ଧରି ହେଇଥିବାର ଲଘୁଚାପ ବରଷାରେ ତାକର ଘର ପାସେ ଥିବାର ବଁଧର ଆଡ଼ି ଭାଂଗି ଯାଇଥିଲା। ଏନ୍‌ତାଥି ବଁଧର ପାଏନ୍‌ ତାକର ଘରକେ ପଶି ଘରର କଁାଥିକୋଡ଼କେ ଆହୁରି ଦୁରବଲ କରିଦେଇଛେ। ଘରେ ରଁଧାବଢ଼ା କରବାର ଲାଗି ଜାଗା ନାଇଁ। ଏନ୍‌ତା ଅବସ୍‌ତାରେ ଦୁଇ ଦମ୍ପତି ପରହର ଘରେ ଆଶ୍‌ରେ ନେଇଛନ୍‌। ଇଆଡ଼େ ଯେ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ନିଅଁସିମାନକୁ ପ୍ରଧାନମନ୍ତ୍ରୀ ଅବାସ, ଇନ୍ଦିରା ଆବାସ, ମୋ କୁଡ଼ିଆ, ବିଜୁ ପକ୍କାଘର ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଦୁଖର କଥା ଇ ନୀରିହ ଗରିବ୍‌ ଦମ୍ପତି ଆଏଜ୍‌ତକ ଆବାସ ଯୋଜନାରୁ ବଁଚିତ୍‌ ହେଇଥିଲାବେଲେ ଏସ୍‌ଇସିସି ତାଲିକାରେ ବି ତାକର ନଁା ନାଇଁଥିବାର ଜନାଯାଇଛେ। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଇ ଦମ୍ପତି ପଁଚେତ୍‌ନୁ ମୂଲ କରି ବ୍ଲକ ଆର ଜିଲାପାଲକଁର ଅଭିଯୋଗ ଶୁନାନୀ ଶିବିରେ ଅଭିଯୋଗ କରି ନିରାଶ ହେଇଛନ୍‌। ଗଲା ଗୁରୁବାର ବରଷାରେ ହେଇଥିବାର କ୍ଷୟକ୍ଷତି ଦେଖ୍‌ବାକେ ନୂଆମାଲପଡ଼ା ଅଂଚଲକେ ସିନାପାଲି ବିଡିଓ ଆସିଥିଲେ। ଇ ସମିଆରେ ଅସାହା ଦମ୍ପତି ବିଡିଓ ସୁରେନ୍ଦ୍ର ମେହେରକୁଁ ଭେଟି ତାକର ଦୁଖ୍‌ ବଖାନିଥିଲେ। ବିଡିଓ ସେମାନକୁ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାର ଲାଗି କଥା ଦେଇଥିଲେ। ହେଲେ ଦେଖ୍‌ବାକେ ବାକି ରହିଲା ଯେ, ଇ ଅସାହା ଦମ୍ପତିକେ ସରକାରୀ ଯୋଜନାରେ କେଭେ ସାମିଲ କରି ଘର ଯୁଗେଇ ଦିଆଯାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନ ସ୍ଥଳରେ ପଡୁଛି ପ୍ଲାଷ୍ଟିକ: ପଦକ୍ଷେପ ପାଇଁ…

ନୂଆପଡ଼ା,୧୬।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍‌ଠାରେ ସ୍ଥାନୀୟ ଯୁବ ସଂଗଠନ ଯୁବା କି ଦହାଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...

ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି: କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି...

‘ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର’

ନୂଆପଡା,୧୧।୧୨(ମକାରୁ ବେମାଲ): କେନ୍ଦ୍ର ଅର୍ଥ ସେବା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଜିଲା ଲିଡ୍‌ ବ୍ୟାଙ୍କ ପକ୍ଷରୁ ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର ଶୀର୍ଷକ ସଚେତନତା ଶିବିର ଆସନ୍ତା...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ

ନୂଆପଡ଼ା,୧୦।୧୨ (ମକାରୁ ବେମାଲ):କୋମନା ବ୍ଲକ୍‌ ରଜନା ପଞ୍ଚାୟତ ବେଲଗାଁଠାରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri