ଜାମଟିକ୍ରା, ୨୨।୪ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍ ସରକାର ଗରିବ୍ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍। ଭିନେ ଭିନେ ଯୋଜନାରେ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍। ହେଲେ ବହୁତ୍ ଜାଗାରେ ସରକାରୀ ଅଧ୍କାରୀ, କରମଚାରୀକର ଉଦାସୀନତା ଲାଗି ପରକୁତ ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍ ହେଉଛନ୍। ଏନ୍ତା ଗୁଟେ ଉଦାହରନ୍ ଦେଖ୍ବାକେ ମିଲିଛେ ଅତାବିରା ବ୍ଲକ ବୁଗବୁଗା ପଁଚେତ୍ର ଖଲିଆପାଲି କୁଡ଼ାପଡ଼ାରେ।
ସୂଚନା ଅନ୍ସାରେ କୁଡ଼ାପଡ଼ାର ଭାଗୀରଥି ରଣା(୮୦) ଆର ତାକର ମାଏକିନା ନୁର ରଣା(୭୨)। ଦୁଇ ବୁଢ଼ାବୁଢ଼ି ଜୀବନ୍ର ଶେଷ୍ ମୁଡ଼ସାକେ ପୁହୁଁଚିଥିଲା ବେଲେ ଅଭାବ୍ ଅନାଟନ ଲାଗି ଗୁଟେ ଭଂଗା ଦଦ୍ରା ମାଏଟ୍ କୁରିଆରେ ଜୀବନ୍ ବିତଉଛନ୍। ସେମାନର ୪ଟା ପୁଓ ଅଛନ୍, ହେଲେ ଅଧାରର ମା’ବାପ୍କେ କେହି ନାଇଁ ଗୁଚିରବାର। ଯେନ୍ଥିରଲାଗି ବୁଢ଼ାବୁଢ଼ି ନିଜର ଭାଏଗ୍କେ ଆଦ୍ରି ଭଂଗା କୁରିଆରେ ଜୀବନ୍ ବିତଉଛନ୍। ସରକାରକଁର ତରଫୁ ମିଲୁଥିବାର ୧୦ କେ.ଜି. ଚାଉଲ ଆର ବୁଢ଼ାବୁଢ଼ି ଭତା ତାକର ସାହାଭରସା। ଏହେଦେ ଭାଗୀରଥି ଖଟେ ପଡ଼ିଥିଲାବେଲେ ନୁର ଆପନେର ସେବାଯତନ କରବାର ସଂଗେ ନିଜେ ବଁଚ୍ବାର ରାହା ଖୁଜୁଛନ୍। ହେଲେ ଦୁଇ ବୁଢ଼ାବୁଢ଼ି ସବୁପରକାର ସରକାରୀ ଯୋଜନାର ଲାଗି ହକ୍ଦାର ଥିଲେ ବି ଆଏଜ୍ତକ୍ ପକାଘର ଖଁଡ଼େ ପାଏବାରୁ ବଁଚିତ ହେଇ ରହିଛନ୍। ବୁଢ଼ାବୁଢ଼ି ରହୁଥିବାର ଘରର ଅବସ୍ତା ଏନ୍ତା ଯେ, ଖରା, ବର୍ଷା, ଶୀତ, କାକରରେ ଘରେ ଥିଲେ ଯେନ୍ଟା ନାଇଁଥିଲେ ସେଟା। ଇଆଡ଼େ ସରକାର ଏସିସିସି ତାଲିକାରେ ନଁା ଥିବାର ଲୁକ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକା ଘର ଯୁଗେଇ ଦେଉଛନ୍। ହେଲେ ତାଲିକାଟା ଏନ୍ତା ତିଆର ହେଇଛେ ଯେ, ବହୁତ୍ ଜାଗାରେ ଗୁଟେ ଘରର ୩ ଝନ୍କର ନଁା ଥିଲାବେଲେ ନିହାତି ଗରିବ୍ ଆର ହକ୍ଦାର ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛନ୍। ବୁଗବୁଗା ସରପଁଚ୍ ଆମର ଉପରେ କୁରପା କରି ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେଲେ ଆମେ ଧଏନ୍ ହେତୁଁ ବଲି ଦୁଇ ବୁଢ଼ାବୁଢ଼ି ଗଣମାଧ୍ୟମ ଆଘେ କହିଛନ୍। ଇ ବାବ୍ଦେ ଥାନୀୟ ସରପଁଚ୍ ପୁଷ୍ପକାନ୍ତି ସେଠକୁଁ ପଚରାଲାରୁ ସେମାନକୁ ପକାଘର ଯୁଗେଇ ଦେବାର ବେବସ୍ତା କରାଯିବା ବଲି ସେ କହିଥିଲେ।