ଭଂସାଲିଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନୁଶ୍ରୀ

ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଏକଦା ବଲିଉଡ୍‌ରେ ଚାଲିଥିବା ‘ମିଠୂ’ ଅଭିଯାନକୁ ନେଇ ଚର୍ଚ୍ଚାକୁ ଆସିଥିବା ତନୁଶ୍ରୀ ଏବେ ଫିଲ୍ମରେ କାମ କରିବାକୁ ମନ ବଳାଇଲେଣି। ନିକଟରେ ଏକ ସାକ୍ଷାତକାର ସମୟରେ ସେ ଏପରି କହିଛନ୍ତି।
ତନୁଶ୍ରୀ ସାକ୍ଷାତକାର ସମୟରେ କେବେ ବଲିଉଡ୍‌କୁ ଫେରିବ ସେ ନେଇ କଥା ହେଉଥିଲେ। ଏହି ସମୟରେ ସେ କେଉଁମାନଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତାହା କହିଥିଲେ। ତେବେ ଏହି ତାଲିକାରେ ସବୁଠାରୁ ଉପରେ ରହିଥିଲା ଭଂଶାଲୀଙ୍କ ନାମ। ତନୁଶ୍ରୀଙ୍କ ଏପରି କିଛି କହିବା ପରେ ଭଂଶାଲୀ ତାଙ୍କୁ ସୁଯୋଗ ଦେବେ କି ନାହିଁ ସେ ନେଇ ଚର୍ଚ୍ଚା ହେଉଛି।

Share