ହାଟଡ଼ିହୀ,୧୦।୮(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ପଞ୍ଚାୟତ ଆବୁଲପୁରା ଗ୍ରାମର ବିନୋଦ ଦାସଙ୍କ ପୁଅ ଘନଶ୍ୟାମ(୨୫)ଙ୍କ ଶନିବାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘନଶ୍ୟାମ ଭଉଣୀଙ୍କୁ ଶାଶୁଘରେ ଛାଡ଼ିବାକୁ ଭଦ୍ରକ ଜିଲା ନିଚିବନ୍ଧା ଗ୍ରାମକୁ ନେଇଥିଲେ । ତେବେ ସେଠାରୁ ଫେରିବା ବେଳେ ଏକ ହାଇୱା ତାଙ୍କୁ ନଳାଙ୍ଗ ନିକଟରେ ଧକ୍କା ଦେଇଥିଲା ା ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଓ ପରେ କଟକ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ଜୀବନ ଚାଲିଯାଇଥିଲା।