ଭଉଣୀର ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ବୋହି ଅନ୍ତିମ ସତ୍କାର କଲେ ୨ ଭାଇ

ଚନ୍ଦାହାଣ୍ଡି, ୧୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ମଡ଼ିଗାଁରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭଉଣୀ ମୃତଦେହକୁ କାନ୍ଧ ନ ମିଳିବାରୁ ୨ ଭାଇ ଏକ ସାଇକେଲରେ ବୋହି ନେଇ ଅନ୍ତିମ ସତ୍କାର କରିଛନ୍ତି।
ପ୍ରକୃତ ଘଟଣା ହେଲା, ସ୍ବାମୀ ପରିତ୍ୟକ୍ତା ମହିଳା ନୁଆଁଖାଇ ପାଣ୍ଡେ(୪୨) ୨ ଭାଇଙ୍କ ସହ ରହୁଥିଲେ। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାବେଳେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ତିମ ସତ୍କାରରେ ସମ୍ପର୍କୀୟ କି ଗ୍ରାମବାସୀ କେହି ଆସିଲେ ନାହିଁ। ତେଣୁ ଶନିବାର ସକାଳେ ୨ ଭାଇ ଟେକାରାମ ପାଣ୍ଡେ ଏବଂ ପୁରୁଷୋତ୍ତମ ପାଣ୍ଡେ ସାଇକେଲରେ ଭଉଣୀର ମୃତଦେହକୁ ବୋହି ଗାଁ ନିକଟସ୍ଥ ଭଣ୍ଡାରୀ ନଦୀପଠାରେ ଦାହ କରିଛନ୍ତି। ତେବେ ପାରିବାରିକ କଳହ ଯୋଗୁ କେହି ଆସି ନ ଥିବା ଜଣାପଡ଼ିଛି।

Share