ଭକ୍ତଙ୍କୁ ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ମନା: ଯଥାବିଧି ଚାଲିବ ନୀତିକାନ୍ତି

ଭୁବନେଶ୍ୱର, ୧୯।୩(ବ୍ୟୁରୋ): କରୋନା ମୁକାବିଳା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ରାଜ୍ୟର ସମସ୍ତ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୀର୍ଜା, ଗୁରୁଦ୍ୱାରକୁ ଭକ୍ତଙ୍କ ନିମନ୍ତେ ବନ୍ଦ କରାଯାଇଛି। ଶୁକ୍ରବାରଠାରୁ ଏପ୍ରିଲ ୧ ତାରିଖ ଯାଏ ସବୁ ଧାର୍ମିକ ଜାଗାକୁ ଭକ୍ତଙ୍କ ପାଇଁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି କଟକଣା କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ହେବା ସତ୍ତ୍ୱେ ଅନୁଷ୍ଠାନର ଦୈନିକ ନୀତିକାନ୍ତି ଯଥାବିଧି ଚାଲିବ ବୋଲି କୁହାଯାଇଛି। ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି।

Share