ଭକ୍ତଙ୍କ ପାଇଁ ପଡିଲା ମ୍ୟାଟ୍‌

ପୁରୀ ଅଫିସ, ୨୧।୮: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରୁ ଫେରିବା ବେଳେ ଯେଭଳି ସୁଃଖଦ ଅନୁଭୂତି ସାଉଁଣ୍ଟି ଫେରିବେ ସେଥିଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମେଘନାଦ ପାଚେରୀ କଡ଼କୁ ମୁକ୍ତ କରିଥିବା ପ୍ରଶାସନ ଖରାକୁ ଦୃଷ୍ଟିରେ ରଖି ପାନୀୟ ଜଳ ଏବଂ ମ୍ୟାଟ୍‌ ବ୍ୟବସ୍ଥା କରିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହୋଇଥିବା ଜୋତା ଷ୍ଟାଣ୍ଡ ପାଖରୁ ଏହି ମ୍ୟାଟ୍‌ ସିଂହଦ୍ୱାର ପର୍ଯ୍ୟନ୍ତ ପକାଯାଇଛି। ଭକ୍ତମାନେ ଷ୍ଟାଣ୍ଡରେ ଜୋତା ରଖିବା ପରେ ଆଉ ସେମାନଙ୍କୁ ଖାଲି ପାଦରେ ଖରାରେ ଚାଲିବାକୁ ପଡୁ ନାହିଁ। ଏହି ମ୍ୟାଟ୍‌ରେ ସେମାନେ ଆସି ସିଂହଦ୍ୱାରରେ ପହଞ୍ଚୁଛନ୍ତି। ମଙ୍ଗଳବାର ଏହି ମ୍ୟାଟ୍‌ ପକାଯାଇଥିବା ବେଳେ ଏହାକୁ ନେଇ ଭକ୍ତମାନେ ଖୁସିବ୍ୟକ୍ତ କରିଛନ୍ତି।

Share