ଭକ୍ତଶୂନ୍ୟ ରଥଯାତ୍ରା ପାଇଁ କୋର୍ଟଙ୍କ ଆଗରେ ଯୁକ୍ତି ରଖନ୍ତୁ ସରକାର: ପୁରୀ ବିଧାୟକ

ପୁରୀ ଅଫିସ୍‌,୨୧।୬: ଭକ୍ତଶୂନ୍ୟ ରଥଯାତ୍ରା କିପରି ହୋଇପାରିବ ସେନେଇ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ। ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ଦ୍ୱାରା କୋଟି କୋଟି ଭକ୍ତ ନିରାଶ ହୋଇପଡିଛନ୍ତି। ତେଣୁ ଭକ୍ତଶୂନ୍ୟ ରଥଯାତ୍ରା କରିବା ଲାଗି ରାଜ୍ୟ ସରକାର ସୁପ୍ରିମକୋର୍ଟ ରେ ମଡିଫିକେଶନ ପିଟିଶନ ଦାୟର କରନ୍ତୁ ବୋଲି ଜୟନ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧି ଭାବେ ସେ ଭକ୍ତଶୂନ୍ୟ ରଥଯାତ୍ରା ଲାଗି ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ। ସେ ଆହୁରି ମଧ୍ୟ କହିଛନ୍ତି, ପୁରୀକୁ ଶଟ୍‌ଡାଉନ୍‌ କରି ରଥଯାତ୍ରା କରାଯାଇପାରିବ ବୋଲି ସୁପ୍ରିମକୋର୍ଟଙ୍କ ନିକଟରେ ସୁନିଶ୍ଚିତ କରାଗଲେ ରାୟର ପୁନର୍ବିଚାର ହୋଇପାରିବ।

Share