Categories: ଫୁରସତ

ଭଗବାନଙ୍କୁ ଶୀତ ପୋଷାକ ପିନ୍ଧାଗଲା

ମଥୁରା: ଉତ୍ତର ଭାରତରେ ହଠାତ୍‌ ଶୀତର ପ୍ରକୋପ ବଢିବାରେ ଲାଗିଛି। ଏଥିଲାଗି ସମସ୍ତେ ସଜାଗ ହୋଇଯାଇଛନ୍ତି। ଅବଶ୍ୟ ଏହାକୁ ନେଇ ନିଜ ଭଗବାନଙ୍କ ଯତ୍ନ ନେବାକୁ କେହି ଭୁଲିନାହାନ୍ତି। ଉତ୍ତର ପ୍ରଦେଶର ମଥୁରାରେ ଥିବା ରାଧାବଲ୍ଲଭ ମନ୍ଦିର, କୃଷ୍ଣ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରଗୁଡିକରେ ଶୀତର ପ୍ରକୋପକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ଭଗବାନ କୃଷ୍ଣଙ୍କୁ କମ୍ବଳ, ଉଲ୍‌ରେ ତିଆରି ଗ୍ଲୋଭସ୍‌, ସକ୍ସ ଓ ଅନ୍ୟ ଶୀତବସ୍ତ୍ରରେ ଢାଙ୍କି ଦିଆଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଏସବୁ ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ଦେଖି ଭକ୍ତମାନେ ଖୁସି ବ୍ୟକ୍ତ କରିଛନ୍ତି।

Share