ଭଙ୍ଗାଗଲା ମଣିପୁର ଭବନ

ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିର ଚୌହଦିରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏପ୍ରିଲ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନକ୍ସା ଚୂଡ଼ାନ୍ତ ହେବାକୁ ରହିଛି। ତେଣୁ ଏହାକୁ ନଜରରେ ରଖି ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ବିତ କରିଛି ଜିଲା ପ୍ରଶାସନ। ବର୍ଷା ସତ୍ତ୍ବେ ଶୁକ୍ରବାର ସୁରକ୍ଷା ଜୋନ୍‌ରେ ଚାଲିଥିଲା ଉଚ୍ଛେଦ ଅଭିଯାନ। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖ ମଣିପୁର ଭବନକୁ ଭଙ୍ଗାଯାଇଛି। ଆଗକୁ ଏହି ଅଭିଯାନ ଆହୁରି ତ୍ୱରାନ୍ବିତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଶୁକ୍ରବାର ସକାଳୁ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ୨ଟି ଜେସିବି ଓ ପ୍ରୋକଲିନ ମେଶିନ ପହଞ୍ଚତ୍ବା ସହ ୨ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚତ୍ଥିଲେ। ଉଚ୍ଛେଦ ବେଳେ ଯେପରି କୌଣସି ପ୍ରକାର ଅଘଟଣ ନ ହୁଏ ସେଥିଲାଗି ସଂଲଗ୍ନ ଅଞ୍ଚଳକୁ ବ୍ୟାରିକେଡିଂ କରାଯାଇଥିଲା। ଉପଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜଣେ ମାଜିଷ୍ଟ୍ରେଟ ଉପସ୍ଥିତି ରହି ଉଚ୍ଛେଦ କାର୍ଯ୍ୟକୁ ତଦାରଖ କରିଥିଲେ।

Share