ଭଙ୍ଗାଯିବ ୩୫ ବିଧାୟକଙ୍କ କ୍ୱାଟର୍‌, ଖୁବ୍‌ଶୀଘ୍ର ଜାରି ହେବ ନୋଟିସ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଓଡ଼ିଶାର ବିଧାୟକଙ୍କ ପାଇଁ ତିଆରି ହେବ ଆପାର୍ଟମେଣ୍ଟ। ବିଧାନସଭା ନିକଟରେ ଥିବା ବିଧାୟକ କଲୋନୀର ୩୫ଜଣ ବିଧାୟକଙ୍କ କ୍ୱାଟର ଭଙ୍ଗାଯିବ। ୪ଶହ କୋଟି ଟଙ୍କା ବ୍ୟୟରେ ୧୪୦ ବିଧାୟକଙ୍କ ପାଇଁ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ କରାଯିବ। ଏଥିରେ କଲ୍ୟାଣ ମଣ୍ଡପ, କନ୍‌ଫରେନ୍ସ ହଲ୍‌, ଜିମ୍‌ ଏବଂମର୍ଣ୍ଣିଂ ଓ୍ବାର୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିବ। ଏନେଇ ଖୁବ୍‌ଶୀଘ୍ର ନୋଟିସ ଜାରି ହେବ ବୋଲି ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ଆସନ୍ତା ଜାନୁୟାରୀରୁ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ବିଧାନସଭାର ନୂଆ ଅତିଥିଭବନଠାରୁ ଆରମ୍ଭ କରି କମିଶନରେଟ ପୋଲିସ ମୁଖ୍ୟାଳୟ ନିକଟସ୍ଥ ଟ୍ରାଫିକ୍‌ ଛକ ପର୍ଯ୍ୟନ୍ତ ଥିବା ସମସ୍ତ କ୍ୱାର୍ଟର୍ସକୁ ଭଙ୍ଗାଯିବ। ସେଥିପାଇଁ ୩୫ଜଣ ବିଧାୟକଙ୍କ ସହ ମୋଟ ୩୯ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

Share