ବେତନଟୀ,୧୧ା୧୧(ଡି.ଏନ୍.ଏ.)- ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ କାନ୍ଥ ତଳେ ଚାପିହୋଇ ରହିଥିବା ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଶନିବାର ରାତିରେ ମୟୂରଭଞ୍ଜ ଜିଲା ବେତନଟୀ ପଞ୍ଚାୟତ ଅଧୀନ ଇନ୍ଦିରାନଗର ବସ୍ତିର ସୀତାନାଥ ପଣ୍ଡାଙ୍କ ଘରଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ରାତି ପ୍ରାୟ ୪ଟାରେ ବେତନଟୀ ଅଗ୍ନିଶମ ବିଭାଗ ପକ୍ଷରୁ ରତିକାନ୍ତ ଦାସଅଧିକାରୀ, ବିଭୂତି ଭୂଷଣ ନାୟକ, ଜଗନଯତି ପ୍ରଧାନ ପ୍ରମୁଖ ୬ ଜଣିଆ ଟିମ୍ କାନ୍ଥ ତଳେ ଚାପିହୋଇ ରହିଥିବା ସୀତାନାଥଙ୍କ ପରିବାରର ୩ ସଦସ୍ୟଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ସୀତାନାଥଙ୍କ ପୁଅ ପ୍ରଦୀପ ଗୁରୁତର ଥିବାରୁ ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।