ଭଙ୍ଗା କୁଡ଼ିଆରେ ଅସହାୟ ଗୋଲାପ

ରାଇସୁଆଁ,୧୯।୧୧(ଡି.ଏନ.ଏ.)-ସରକାର ଗରିବ ନିରାଶ୍ରୟଙ୍କ ଥଇଥାନ ପାଇଁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’, ‘ମୋ କୁଡିଆ ଯୋଜନା ’ କରିଛନ୍ତି। ମାତ୍ର ପ୍ରଶାସନିକସ୍ତରରେ ମାନସିକତାର ଅଭାବ ଯୋଗୁ ବହୁ ଅସହାୟ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତର ପର୍ଜନପୁର ଗ୍ରାମରେ। ୭୩ ବର୍ଷୀୟା ବୃଦ୍ଧା ଗୋଲାପ ମହାନ୍ତ ଅତି ଦୟନୀୟ ଭାବେ ବିପଦସଙ୍କୁଳ ଘରେ ରହୁଛନ୍ତି। ବହୁ ବାର ମୁଣ୍ଡଗୁଞ୍ଜିବାକୁ ଖଣ୍ଡେ ଘର ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି। ମାତ୍ର ତାଙ୍କୁ ଆଜି ଯାଏ ଖଣ୍ଡେ ଘର ମିଳିପାରିନି। ସ୍ବାମୀ ବହୁ ବର୍ଷ ହେବ ଆରପାରିକୁ ଚାଲିଯାଇଥିବାବେଳେ ପୁଅ ବିବାହ କରି ଦୂରରେ ରହୁଛନ୍ତି। ଆଗରୁ କାମଧନ୍ଦା କରି ଚଳୁଥିବା ବେଳେ ଏବେ ବାର୍ଦ୍ଧକ୍ୟ ଯୋଗୁ କାମଧନ୍ଦା କିଛି କରି ପାରୁ ନାହାନ୍ତି। ଫଳରେ ଯିଏ ଯାହା ଦେଲେ ଖାଇ ବଞ୍ଚୁଥିବା କୁହନ୍ତି। ସ୍ଥାନୀୟ ସରପଞ୍ଚଙ୍କୁ ଏହି ବିଷୟ ପଚାରିବାରୁ ସେ କହିଲେ ତାଙ୍କୁ କିପରି ଘର ମିଳିବ ସେଥିପ୍ରତି ଚେଷ୍ଟା କରିବି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ସହ ତାଙ୍କୁ ତୁରନ୍ତ ଖଣ୍ଡେ ମୁଣ୍ଡଗୁଞ୍ଜିବାକୁ ଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

Share