ଭଙ୍ଗା ଘରେ ଚାଲିଛି ବିଏସଏନଏଲ କାର୍ଯ୍ୟାଳୟ: ଅଫିସ କାର୍ଯ୍ୟ ବାଧାପ୍ରାପ୍ତ

ତେଲକୋଇ, ୨୦।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ମୁଖ୍ୟାଳୟ ଠାରେ ଥିବା ବିଏସଏନଏଲ ସେବା ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ହେଲାଣି ବନ୍ଦ ଅବସ୍ଥାରେ ରହିଛି । ଏଥିଯୋଗୁଁ ବିଭିନ୍ନ କାର୍ଯ୍ୟାଳୟରେ ଥିବା ବ୍ରଡବ୍ୟାଣ୍ଡ ସେବା ଅଚଳ ହେବା ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏପରିକି ତହସିଲ କାର୍ଯ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଜରୁରୀ କାଗଜ ପତ୍ର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ସ୍କୁଲ ଛାତ୍ରୀଛାତ୍ର ଅତ୍ୟାବଶକ ସାର୍ଟିଫିକେଟ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବ୍ଲକ କାର୍ଯ୍ୟାଳୟରେ ଏଥିପାଇଁ ଉନ୍ନୟନ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହୋଇଛି। ରେଞ୍ଜ ଅଫିସ ବ୍ୟାଙ୍କ ଓ ପୋଲିସଷ୍ଟେଶନର ଅବସ୍ଥା ମଧ୍ୟ ଏଥିରେ ପ୍ରଭାବିତ ହୋଇଛି । ବିଏସଏନଏଲ ସେବା ଦୀର୍ଘ ୨୦ବର୍ଷ ହେବ ତେଲକୋଇ ମୁଖ୍ୟାଳୟର ଏକ ଭଡା ଘରେ ଭଗ୍ନ ଅବସ୍ଥାରେ ଥିବା ବେଳେ ମୁଖ୍ୟ ଏସି ରୁମ ମଧ୍ୟ ଅଚଳ ଅବସ୍ଥା ଯୋଗୁଁ ଯୋଗୁଁ ଦୀର୍ଘ ଦିନ ହେବ ଏହି ସେବାରୁ ବଞ୍ଚିତ ହେବାକୁ ପଡୁଥିବା କୁହାଯାଉଛି। କେବଳ ଜଣେ କର୍ମଚାରୀ ରହୁଥିବା ବେଳେ ଏଥିପ୍ରତି ଜିଲା ବିଏସଏନଏଲ କର୍ତ୍ତୃପକ୍ଷ ଏଥିପତ୍ର ଦୃଷ୍ଟି ଦେଇନାହାନ୍ତି । ଏସମ୍ପର୍କରେ ବିଭାଗୀୟ ଏସଡିଓ ବି.ସାହୁ ଙ୍କୁ ପଚାରିବାରୁ ରାସ୍ତା କାର୍ଯ୍ୟ ହେଉଥିବା ଯୋଗୁ ଘାଟି ଅଞ୍ଚଳରେ କେବୁଲ କଟିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି । ବିଭାଗ ପକ୍ଷରୁ ନିଜସ୍ବ ଗୃହନିର୍ମାଣ ଯୋଜନା ହେଲା ପରେ ଏହାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।