ଭଙ୍ଗା ହେଉଛି ଏମାର ମଠ: କୋଠିଘର ଭଙ୍ଗାଯିବା ବେଳେ ବାହାରିଲେ ଶହ ଶହ ସଂଖ୍ୟାରେ ଚେମିଣି, ସରୀସୃପ ଥିବା ଆଶଙ୍କା

ପୁରୀ ଅଫିସ,୨୯।୮: ଲଙ୍ଗୁଳୀ ମଠ ଭଙ୍ଗା ଯିବା ପରେ ଏବେ ଏମାର ମଠକୁ ଭାଙ୍ଗିଛି ପ୍ରଶାସନ। ବିପଦ ସଙ୍କୁଳ ଦର୍ଶାଇ ବୁଧବାର ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଗୁରୁବାର ମଠର କୋଠିଘର ଭଙ୍ଗାଯିବା ପରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ଏହି କୋଠିଘରର କାନ୍ଥର ଉଚ୍ଚତା ପ୍ରାୟ ୫୦ରୁ ୬୦ ଫୁଟ ରହିଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ ପରିତ୍ୟକ୍ତ ହୋଇପଡ଼ିଥିଲା। ଏହା ଭଙ୍ଗା ଯିବା ପରେ ଶହ ଶହ ସଂଖ୍ୟାରେ ଚେମିଣି ବାହାରି ଏଣେତେଣେ ଉଡିଥିଲେ। ସରୀସୃପ ବାହାରିବା ଆଶଙ୍କା କରି ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ଏହି ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ ଏବଂ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି।

Share