ଭଞ୍ଜନଗରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଭଞ୍ଜନଗର,୨୦।୮(ଡି.ଏନ.ଏ)-ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ । ଜିଲାପାଳଙ୍କ ନିକଟକୁ ମୋଟ ୨୮୬ ଅଭିଯୋଗ ଆସିଥିଲା। ସେଥିରୁ ଅଧିକାଂଶ ରାଶନ କାର୍ଡ଼, ବିଭିନ୍ନ ଭତ୍ତା ଓ ସରକାରୀ ସହାୟତା ସମ୍ପର୍କିତ ଅଭିଯୋଗ ଥିଲା। ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ୭ଜଣଙ୍କୁ ୧ଲକ୍ଷ ୨୦ ହଜାର ଟଙ୍କା ଏବଂ ରେଡ଼କ୍ରସରୁ ୫ଜଣଙ୍କୁ ୨୧ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଭଞ୍ଜନଗର ଡାକ୍ତରଖାନାରେ ୨୩ ଡ଼ାକ୍ତର ରହିବା ବଦଳରେ ବର୍ତ୍ତମାନ ଅଛନ୍ତି ୧୦ ଜଣ। ସେଥିମଧ୍ୟରୁ ୩ ଜଣଙ୍କୁ ଡ଼େପୁଟେଶନରେ ଅନ୍ୟତ୍ର ପଠାଯାଇଛି। ଏହାଦ୍ୱାରା ରୋଗୀ ସେବା ପ୍ରଭାବିତ ହେଉଥିବାରୁ କଂଗ୍ରେସ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି । ଏ ନେଇ ପିସିସି ସଭ୍ୟ ଦେବୀ ବିଷୋୟୀଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଜିଲାପାଳଙ୍କୁ ଭେଟି ଡ଼େପୁଟେଶନ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ନଚେତ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ବିଷୋୟୀ ସୂଚନା ଦେଇଛନ୍ତି। ଏଥିସହ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ମେଶିନକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ଦାବି କରାଯାଇଛି । କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀ, ନାରାୟଣ ସେଠୀ, ଟୁନା ସାହୁ, ଅଯୋଧ୍ୟାନାଥ ମହାପାତ୍ର, ସୀମାଞ୍ଚଳ ବିଷୋୟୀ ଏହି ଦାବି ଜଣାଇଛନ୍ତି। ସେହିପରି କିଛିଦିନ ପୂର୍ବେ ବର୍ଷାରେ ବେଲଗୁଣ୍ଠା ନିକଟସ୍ଥ ଚଢ଼େୟାପଲ୍ଲୀ ଅସ୍ଥାୟୀ ରାସ୍ତା ଧୋଇଯାଇଥିଲା । ନୂତନ ସେତୁ କାମ ଧିମାରେ ଚାଲିଛି । ତେଣୁ ତୁରନ୍ତ ଅସ୍ଥାୟୀ ରାସ୍ତା ତିଆରି କରିବା ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଦାବି ନେଇ ସୋମବାର ଶତାଧିକ ଲୋକ ଶୋଭାଯାତ୍ରାରେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେମାନେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଚଢ଼େୟାପଲ୍ଲୀଠାରେ ବଡ଼ନଦୀ ଉପରେ ଥିବା ଲୁହା ସେତୁଟି କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ନୂଆ ସେତୁ କାମ ଚାଲିଛି । ଅସ୍ଥାୟୀ ରାସ୍ତା ଧୋଇ ଯିବା ପରେ ବେଲଗୁଣ୍ଠା ଭାୟା ବାଲିପଦର ବୁଗୁଡ଼ା ଯାତାୟାତ ବନ୍ଦ ଅଛି । ଅଭିଯୋଗ ଶୁଣାଣି ସମୟରେ ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ, ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍‌ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର...

ଆଜିଠୁ ଆନ୍ଦୋଳନ କରିବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ

ଭୁବନେଶ୍ୱର, ୨୫ା୯(ବନ୍ଦନା ସେଠୀ):ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ବୁଧବାର ଓ ଗୁରୁବାର ଜରୁରିକାଳୀନ ରୋଗୀ ସେବାରେ ବାଧା ନ...

ଏଥର ଡିଜେ, ମଦ, ପ୍ଲାଷ୍ଟିକ୍‌ ମୁକ୍ତ ଦୁର୍ଗାପୂଜା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ଏନେଇ କମିଶନରେଟ୍‌ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଇଂ. ରଘୁନାଥ ଜଗଦଲା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ...

ପୂର୍ବ ସରକାରଙ୍କ ଯୋଜନାକୁ ଆଗେଇନେଲେ ପ୍ରଗତି ହେବ: ବିଜେଡି

ଭୁବନେଶ୍ୱର,୨୫।୯(ଅନିଲ ଦାସ):ନିକଟରେ ପ୍ରକାଶିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟରେ ଦିଆଯାଇଛି ଯେ ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ...

ଭିମ୍‌ସାରକୁ ୧୧. ୨୨ ଲକ୍ଷ ଟଙ୍କା ଜରିମାନା

ସମ୍ବଲପୁର,୨୫ା୯(ପ୍ରମୋଦ ବହିଦାର):ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି ପାଇଁ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିସମାର)କୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜରିମାନା...

ଆର୍ମି ମେଜର, ବାନ୍ଧବୀଙ୍କୁ ପିଏସ୍‌ଓ ଯୋଗାଇଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିବା ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କ ସୁରକ୍ଷାଙ୍କୁ ସୁରକ୍ଷା ଯୋଗାଇଛି କମିଶନରେଟ୍‌ ପୋଲିସ। ଉଭୟଙ୍କ ପାଇଁ ବ୍ୟକ୍ତିଗତ...

ଏଣିକି ସ୍କୁଲ ଛାତ୍ରୀଛାତ୍ରଙ୍କୁ ମିଳିବ ଏକକ ପରିଚୟ ପତ୍ର

ଭୁବନେଶ୍ୱର,୨୫।୯(ଶର୍ମିଷ୍ଠା ପାଣିଗ୍ରାହୀ):ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଲାଗୁ ହେବ ଏକକ ପରିଚୟ ପତ୍ର। ସମସ୍ତ ସରକାରୀ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଆଇଡେଣ୍ଟିଫିକେଶନ ନମ୍ବର ମିଳିବ। ଆଧାର କାର୍ଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri