Categories: ଗଞ୍ଜାମ

ଭଞ୍ଜନଗର ଆହାର କେନ୍ଦ୍ରରେ ଅଗ୍ନିକାଣ୍ଡ

ଭଞ୍ଜନଗର,୨୫।୪(ଡି.ଏନ.ଏ.)-ଭଞ୍ଜନଗର ଆହାର କେନ୍ଦ୍ରରେ ବୁଧବାର ସକାଳେ ରୋଷେଇ ଚାଲିଥିବା ବେଳେ ସିଲିଣ୍ଡରରୁ କୌଣସି ପ୍ରକାରେ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଫଳରେ ସେଠାରେ ଥିବା ବିଭିନ୍ନ ପ୍ଲାଷ୍ଟିକ୍‌ ଜିନିଷ ପୋଡ଼ିଯାଇଥିଲା। ଭଞ୍ଜନଗର ଦମକଳ ବାହିନୀ ତୁରନ୍ତ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବାରୁ ଏକ ବଡ଼ଧରଣର ବିପଦ ଟଳିଯାଇଛି । ଆହାର କେନ୍ଦ୍ରକୁ ଲାଗି ଭଞ୍ଜନଗର ଉପଖଣ୍ଡ ହସ୍ପିିଟାଲ ଶିଶୁ ୱାର୍ଡ। ନିଅଁା ଲାଗିବା ବେଳେ ରୋଷେଇ ଘରେ ୩ଟି ଗ୍ୟାସ୍‌ ଭର୍ର୍ତ୍ତିି ସିଲିଣ୍ଡର ଥିଲା । ଉକ୍ତ ସିଲିଣ୍ଡର ଫାଟି ଥିଲେ ପରିସ୍ଥିତି ଅଣାୟତ ହୋଇପଡ଼ିଥାନ୍ତା । ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି । ସିଲିଣ୍ଡର କିଣିବା ସମୟରେ ଗ୍ୟାସ୍‌ ଲିକ୍‌ ହେଉଛି କି ନାହିଁ ସେ ନେଇ ଉପଭୋକ୍ତାମାନେ ଯାଞ୍ଚ କରୁନାହାନ୍ତି । ନିର୍ଦ୍ଧାରିତ ସମୟରେ ରେଗୁଲେଟର ଓ ପାଇପ୍‌ ବଦଳା ଯାଉନାହିଁ । ତେଣୁ ଗ୍ରାହକମାନଙ୍କୁ ଏ ନେଇ ସଚେତନ କରାଯିବା ଆବଶ୍ୟକ ରହିଛି । ଅନ୍ୟପକ୍ଷରେ ଡ଼୍ରେନ୍‌ ବ୍ୟବସ୍ଥା ନଥିବା ଯୋଗୁ କିଛିଦିନ ହେବ ଆହାର କେନ୍ଦ୍ରର ମଇଳା ପାଣି ରାସ୍ତାରେ ଭାସୁଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ  ଦାବି ହୋଇଛି । ଆହାର କେନ୍ଦ୍ର ଦାୟିତ୍ୱରେ ଥିବା ଏନଏସିର ଜଣେ ଅଧିକାରୀ କହିଛନ୍ତ, ଦୁଇଦିନ ମଧ୍ୟରେ ଡ଼୍ରେନ କାମ ଆରମ୍ଭ ହେବ । ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେଣୁ ସମସ୍ତ ସିଲିଣ୍ଡର ଓ ରେଗୁଲେଟରକୁ ତୁରନ୍ତ ବଦଳାଇ ଦିଆଯାଇଛି । ଅଗ୍ନିକାଣ୍ଡରେ ସେଭଳି କୈଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ । ନିର୍ଦ୍ଧାରିତ ସମୟରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ।