ଭଣ୍ଡାରିପୋଖରୀରେ କେନ୍ଦ୍ରୀୟ ଟିମ୍‌

ଭଣ୍ଡାରିପୋଖରୀ, ୧୯।୧୨ (ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏଡବ୍ଲ୍ୟୁଏଡିଏଚ୍‌ ରିସର୍ଚ ଫାଉଣ୍ଡେଶନ ଦ୍ୱାରା କେନ୍ଦ୍ରୀୟ ଏଡବ୍ଲ୍ୟୁଏଡିଏଚ୍‌ ସଂସ୍ଥାର ଏକ ଟିମ୍‌ ଭଣ୍ଡାରିପୋଖରୀ ଅଞ୍ଚଳ ବୁଲି ନିରୀକ୍ଷଣ କରି ଫେରିଛନ୍ତି। ଏଡବ୍ଲ୍ୟୁଏଡିଏଚ୍‌ ପ୍ରୋଜେକ୍ଟ ଅଧିକାରୀ ଅମ୍ବିକା ପ୍ରସାଦ ବର୍ମା, ଏପିଡି ପ୍ରହ୍ଲାଦ ରଣା, ଦେବେନ୍ଦ୍ର ପାଣ୍ଡବ ଓ ସାମାଜିକ ସୁରକ୍ଷା ଅଧିକାରୀ ଅମର ସାହୁ କେନ୍ଦ୍ରୀୟ ଯୋଜନା ପ୍ରଧାନମନ୍ତ୍ରୀ ଆବାସ, ଉଜ୍ଜ୍ୱଳା, ଏନ୍‌ଆର୍‌ଇଜିଏସ୍‌, ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ସ୍ବୟଂସହାୟିକା ଗୋଷ୍ଠୀ, ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ, ସୌଭାଗ୍ୟ ଯୋଜନା, ଜବ୍‌କାର୍ଡ, ଶୌଚାଳୟ ଆଦି ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ। ଏନ୍‌ଆର୍‌ଇଜିଏସ୍‌ ଓ ଜବ୍‌ କାର୍ଡଧାରୀ ନ ଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କେନ୍ଦ୍ରୀୟ ଅନୁଦାନରେ ଆସୁଥିବା ଅର୍ଥରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଅଧିକାରୀ ପଚାରି ବୁଝିଥିଲେ। କେନ୍ଦ୍ରୀୟ ଟିମ୍‌ ବ୍ଲକର ନିର୍ଗୁଣ୍ଡି ପଞ୍ଚାୟତ ରାଜେନ୍ଦ୍ରପୁର ଗ୍ରାମ ପରିଦର୍ଶନ କରି ପଞ୍ଚାୟତ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ। ବିଡିଓ ବନମାଳୀ ତରାଇ, ସରପଞ୍ଚ ନମିତା ପାତ୍ର, କନିଷ୍ଠଯନ୍ତ୍ରୀ ଦିବାକର ସାହୁ, ହୃଦାନନ୍ଦ ଜେନା, ସରୋଜିନୀ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ମିଶ୍ର, ବାବାଜୀ ଚରଣ ଜେନା, ସନ୍ତୋଷ ରାଉତ ପ୍ରମୁଖଙ୍କ ସହ ଗ୍ରାମବାସୀ ଓ ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।