ଭଣ୍ଡାରିପୋଖରୀରେ ୨ ପଜିଟିଭ୍‌ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫

ଭଣ୍ଡାରିପୋଖରୀ,୧୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ରବିବାର ୨ କରୋନା ପଜିଟିଭ୍‌ ଚିହ୍ନଟ ପରେ ବ୍ଲକରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ବ୍ଲକର ରହଣିଆ ଓ କୁରିଗାଁରେ ଏହି ଦୁଇ ପଜିଟିଭ୍‌ ଚିହ୍ନଟ ପରେ ବ୍ଲକ ସ୍ବାସ୍ଥ୍ୟ ବିଭାଗ ଉଭୟ ସ୍ଥାନରେ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି। ଦୁଇ ବ୍ୟକ୍ତି କୋଲକାତାରୁ ଫେରି ଭଣ୍ଡାରିପୋଖରୀ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ନାମ ପଞ୍ଜୀକରଣ କରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ପଜିଟିଭ୍‌ ବାହାରିବା ପରେ ଡା. ଜ୍ୟୋତି ପ୍ରକାଶ ସ୍ବାଇଁ, ପିଏଚ୍‌ଇଓ ଅନିତାରାଣୀ ରାଉତ, ସୁପରଭାଇଜର ମନୋରଞ୍ଜନ ରାଉତ,ଜୟନ୍ତୀ ପ୍ରଭା ପହି, ହେଲଥ ଓ୍ବାର୍କର ଦେବୀ ପ୍ରସାଦ ବେହେରା, କୁରିଗାଁ ସରପଞ୍ଚ ପ୍ରତିନିଧି ବଳରାମ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଏହି ଦୁଇ ଆକ୍ରାନ୍ତଙ୍କୁ ଆଜି କୋଭିଡ୍‌ ହସ୍ପିଟାଲ ପଠାଯିବ ବୋଲି ସୂଚନା ମିଳିଛି।

Share