ଭଣ୍ଡାରିପୋଖରୀ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରକୁ ଫେରିଛନ୍ତି ୨୭୨ ପ୍ରବାସୀ

ଭଣ୍ଡାରିପୋଖରୀ, ୮।୫ (ଡି.ଏନ୍‌.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ସୁଦ୍ଧା ଭଣ୍ଡାରିପୋଖରୀ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ୨୭୨ ଜଣ ପ୍ରବାସୀ ପହଞ୍ଚିଛନ୍ତି। ଉକ୍ତ ପ୍ରବାସୀଙ୍କୁ ପ୍ରତ୍ୟେକ ପଞ୍ଚାୟତ ସଂଘରୋଧ କେନ୍ଦ୍ରକୁ ପଠାଯାଇଛି। ଗୁରୁବାର ସୁଦ୍ଧା କୁରିଗାଁ ପଞ୍ଚାୟତରେ୨୫, ଝୁଟଣାରେ ୩ , ଜଳମଣ୍ଡୁଆରେ ୯, ରହଣିଆରେ ୩୭, ରାଜେନ୍ଦ୍ରପୁରରେ୧୪, ରାମଚନ୍ଦ୍ରପୁରରେ୮, ଷୋଳମପୁରରେ ୮, ସରସଦାରେ ୧୭, ସାନଶାସନରେ ୨, ତେସିଙ୍ଗାରେ ୮, ଦଖିନବାଡ଼ରେ ୬, ନପଙ୍ଗରେ ୬, ନଗୁଆଁରେ ୭, ନିର୍ଗୁଣରେ ୧୦, ନାଆମୀରେ ୧୮, ପାଟୁଳିରେ ୪୮, ନେରଡାରେ ୧, ବୟା ବନାପୁରରେ୧୩, ବିଷ୍ଣୁପୁରରେ ୧, ନ୍ଦାଲ ମଢିଆଳିରେ୨, ମାଲଦାରେ ୧୩, ରଣଜିତରେ ୧୩ ଜଣ ପ୍ରବାସୀ ଓଡ଼ିଆ ପହଞ୍ଚିଥିବା ଜଣାଯାଇଛି।