ଭଣ୍ଡାରିପୋଖରୀ ସ୍ବାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ଟିମ୍‌

ଭଣ୍ଡାରିପୋଖରୀ, ୨୧।୧୧ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ କାୟାକଳ୍ପ ଟିମ୍‌ ଗସ୍ତ କରି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି। ଭୁବନେଶ୍ୱର ଟିମ୍‌ ସଦସ୍ୟ ଡ. ଅଞ୍ଜନା ପଣ୍ଡା, ତୃପ୍ତି ମିଶ୍ର, ଭଦ୍ରକରୁ ଡିପିଏମ୍‌ ସରିତା ମହାପାତ୍ର, ଡିଏମ୍‌ଆର୍‌ସିଏଚ୍‌ ଜିତେନ୍ଦ୍ର କୁମାର ବିଶ୍ୱାଳ ପ୍ରମୁଖ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଡାକ୍ତରଖାନାର ସ୍ବଚ୍ଛତା, ଲେବରରୁମ୍‌, ଓଟି, ବାହାରୁଥିବା ଅଳିଆ ଆବର୍ଜନା କେଉଁଠି ପଡୁଛି, ଇନ୍‌ଡୋର ଓ ଆଉଟଡୋର ବୁଲି ଦେଖିଥିଲେ। ଭାରପ୍ରାପ୍ତ ଡ. କମଳାକାନ୍ତ ସ୍ବାଇଁ, ଡ. ସୁଧାଂଶୁ ଶେଖର ବେହେରା, ଡ. ତୁଲିକା ରଥ, ଡ. ଶୁଭେଦା ପ୍ରିୟଦର୍ଶନୀ ପରିଡ଼ା, ଡ. ଆଦିତ୍ୟ କୁମାର ସାହୁ, ବିପିଏମ୍‌ ରଶ୍ମିରେଖା ପୃଷ୍ଟି, ଅନିତାରାଣୀ ରାଉତ, ମନୋରଞ୍ଜନ ରାଉତ, ରଞ୍ଜିତ ବରାଳ, ପଙ୍କଜ ବେହେରା, ନିରଞ୍ଜନ ଉପାଧ୍ୟାୟ, ନିରଞ୍ଜନ ସାହୁ ଓ ଲଲାଟ ପାଢ଼ୀ ପ୍ରମୁଖ ଟିମ୍‌କୁ ସହଯୋଗ କରିଥିଲେ।