ଭତାରୁ ବଁଚିତ୍‌ ପକ୍ଷାଘାତ ରୁଗୀ କୌଶଲ୍ୟା

 

ଲୋଇସିଂହା, ୧୪।୩ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବାଦିବାହାଲ ଗଁାର କଳାକାର ନାଏକକଁର ମାଏକିନା କୌଶଲ୍ୟା ନାଏକ(୬୧)। ସେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଚିକିଛାରେ ପାଖାପାଖି ଦେଢ଼ ଲାଖ୍‌ ଟଁକା ସାରି ସରବ୍‌ସୁଅଁାତ ହେଇଛନ୍‌। ହେଲେ ରୋଗ୍‌ ଘୁଚ୍‌ବାର ନଁା ନାଇଁ ଧରବାର। ଏହେଦେ ସେ ଟଁକା ପଏସା ଅଭାବୁ ଚିକିଛା କରେଇ ନାଇଁପାରି କରି ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌।
ସୂଚନା ଅନ୍‌ସାରେ ବାଦିବାହାଲ ପଁଚେତ୍‌ ସଦର ଗଁାର କଳାକାର ନାଏକକଁର ମାଏକିନା କୌଶଲ୍ୟା। ଦୁଇ ଝି’ ଆର ଗୁଟେବଲି ପୁଓକେ ନେଇ ତାକର ସଁସାର। ଜମିବାଡ଼ି ନାଇଁଥିବାର ଲାଗି ଦମ୍ପତି କୁଲିମଜୁରି କରି ନିଜର ପରିବାର ଚଲଉଥିଲେ। ହେଲେ ଆଏଜ୍‌କେ ୪ ବଛର ତଲେ ୨୦୧୬ ସାଲେ ଖେତ୍‌କେ ପଲ୍‌ହାରୁଇ ଯାଇଥିଲାବେଲେ କୌଶଲ୍ୟା ହିଟିପଡ଼ଲେ। ସେଦିନ୍‌ଠାନୁ ସେ ପକ୍ଷାଘାତ ରୋଗ୍‌ରେ ପଡ଼ିଛନ୍‌। ପରିବାର ଲୋକ୍‌ ତାହାକୁ ପଣ୍ଡରାଗୀ, ଡୁଙ୍ଗରିପାଲିକେ ନେଇ ଘରୋଇ ଚିକିଛାରେ ପାଖାପାଖି ଦେଢ଼ଲାଖ୍‌ ଟଁକା ଖରଚ୍‌ କରି ସରବ୍‌ସୁଅଁାତ ହେଇଛନ୍‌। ଏତେ ଟଁକା ପଏସା ଖରଚ୍‌ କଲା ଉତାରୁ ବି ପଡ଼ି ଯାଇଥିବାର ଡେବ୍‌ରି ଫାଲର ହାତ୍‌ଗୋଡ଼ କାମ୍‌ ନାଇଁ କରବାର। ଏହେଦେ କୌଶଲ୍ୟା ଅପାରୁ ହେଇ ପରିବାର ଉପରେ ଗୁଟେପରକାର ବୋଝ୍‌ ପାଲଟିଯାଇଛନ୍‌। ପରିବାର ଲୋକ୍‌ କୌଶଲ୍ୟାକଁର ଭତା ଲାଗି ଥାନୀଅ ପରଶାସନକେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇଆଡ଼େ କୌଶଲ୍ୟା ନିରୁଜ ଥିଲାବେଲେ କେଁଦୁପତର ତୁଲି ଫଡି ଘରକେ ଦେଉଥିଲେ। ସରକାରୀ ନିୟମ ହିସାବେ କେଁଦୁପତର ରେଞ୍ଜ ତରଫୁ କାମ୍‌ କଲାବେଲେ ଅପାରୁ ହେଲେ ସରକାରୀ ସାହାଯ୍‌ ମିଲ୍‌ସି। ସେ ହିସାବେ ପରିବାର ଲୋକ ଫଡିଘର ଦାଇତିଅରେ ଥିବାର ଗଁାର ପ୍ରଫୁଲ୍ଲ ଧରୁଆକୁଁ ସାହାଯ୍‌ ଯୁଗେଇ ଦେବାକେ ଗୁହାରି କରିଥିଲେ। ହେଲେ କୌଶଲ୍ୟାକୁଁ ୬୦ ବଛର୍‌ରୁ ଅଧ୍‌କା ହେଲାନ, ସେଥିରଲାଗି ସରକାରୀ ସାହାଯ୍‌ ନାଇଁ ମିଲେ ବଲି ସେ ମନା କରିଥିବାର ପରିବାର ଲୋକ କହିଛନ୍‌। ସେନ୍‌ତା ଇ ବାବ୍‌ଦେ ସରପଁଚ୍‌ ଉର୍କୁଲୀ ଧରୁଆକୁଁ ପଚ୍‌ରାଲାରୁ ଦରକାରୀ କାଗଜପତର ଦେଲେ ଭତାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ହେଲେ ବ୍ଲକ ପରଶାସନ ଆର ସୁଆସ୍‌ତିଅ ବିଭାଗ ଇ ଦିଗେ ଦୁରୁଷ୍‌ଟି ଦେଇ କୌଶଲ୍ୟାକୁଁ ଭତା ଆର ଚିକିଛା ସାହାଯ୍‌ ଯୁଗେଇ ଦେବାକେ ପରିବାର ଲୋକ ଦାବି କରିଛନ୍‌।

Share