ଭତାରୁ ବଁଚିତ୍‌ ବେଳମତୀ

ଲୋଇସିଂହା,୨୪।୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଁଚେତ୍‌ ସାନଟିକା ଗଁାର ସ୍ବର୍ଗତ ସହଦେବ ନାଏକକଁର ବିଧବା ମାଏକିନା ବେଳମତୀ ନାଏକ(୮୬)। ଆପନେ ଥିଲାବେଲେ ଦୁଇଝନ ଭତାର ଲାଗି ଅନେକ ଥର ପଁଚେତ୍‌ରେ ଆବେଦନ କରି ନିରାଶ ହେଇଥିଲେ। ଆଏଜ୍‌କେ ୫ ବଛର ହେଲା ସହଦେବ ଆରପାରକେ ଚାଲିଯାଇଛନ୍‌। ବଛ୍‌ରେ ତଲେ ବେଳମତୀକଁର ବିଧବା ଭତା ଲାଗି ପୁଓ ତାଳଧ୍ୱଜ ପଁଚେତ୍‌ରେ କାଗଜପତର ଦାଖଲ କରିଛନ୍‌। ହେଲେ ଦୁଖର କଥା ବେଳମତୀ ଜୀବନ୍‌ର ଶେଷ ମୁଡ଼ସାକେ ପୁହୁଁଚି ସାରିଥିଲେ ବି ଭତାରୁ ବଁଚିତ ହେଇ ରହିଛନ୍‌। ଇଆଡ଼େ ଆଧାର ସଂଯୋଗ ଲାଗି ଟିପ ଚିନ୍‌ହଁା ନିହାତି ଦରକାର। ହେଲେ ବେଳମତୀ ବଏସ୍‌ ଅଧ୍‌କା ଲାଗି ପଁଚେତ୍‌କେ ଯାଇ ନାଇଁପାରବାର। ଯେନ୍‌ଥିରଲାଗି ରାଶନ କାର୍ଡରେ ମିଲୁଥିବାର ୫ କେ.ଜି. ଚାଉଲ ପାଏବାରୁ ସେ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଥାନୀୟ ପଁଚେତ୍‌ ପରତିନିଧି ଦୁଃଖନାଶନ ନାଏକକୁଁ ପଚରାଲାରୁ ତାକର ଭୋଟ ପରିଚଏ ପତର ନାଇଁ ଦାଖଲ ନାଇଁହେଇ। ଯେନ୍‌ଥିରଲାଗି ତାକର ଭତା ନାଇଁ ହେଇପାରବାର ବଲି ସେ କହିଥିଲେ। ଇ ଦିଗେ ଥାନୀୟ ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ସାଧାରନରେ ଦାବି ହେଉଛେ।