ଭତା, ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌:ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ କିର୍ତ୍ତନ

ଲାଠୋର,୫।୬(ଡି.ଏନ.ଏ.): ସରକାର ଗରିବ ଦୁଖି, ଅସାହା ବୁଢ଼ାବୁଢ଼ି, ଭିନ୍ନକ୍ଷମ, ବିଧବାମାନକୁ ଚାଉଲ, ଭତା, ଆବାସ ଯୋଜନାରେ ଘର ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ସରକାରକଁର ଇ ମହତ୍‌ ଯୋଜନା ବାଟବନା ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗୁଦାମପଡ଼ାରେ।
ସୂଚନା ଅନ୍‌ସାରେ ଲାଠୋର ଗୁଦାମପଡ଼ାର କିର୍ତ୍ତନ ସୁନା(୬୫)। ସେ ନିହାତି ଗରିବ୍‌ ଆର ତାକର ସଁପତି କହେଲେ ୨ ଡିସିମିଲ ଘର ଡିହକେ ଛାଡ଼ି କିଛି ନଁାଇଁନ। ସେ ବିହାଚୁରା ହେଇଥିଲେ, ହେଲେ ବହୁତ୍‌ ଦିନ୍‌ ଆଗରୁ କେହେନ୍‌ସି କାରନ୍‌ରୁ ମାଏକିନା ତାହାକୁ ଛାଡ଼ିି ପଲେଇଗଲେ। ହେଲେ କିର୍ତ୍ତନ ଆର ବିହାଚୁରା ନାଇଁ ହେଲେ, ନିଜେ ବାହା ଜାଂଗଲ ମାଜି ଏଭ୍‌ତକ କମେଇ ଖାଉଥିଲେ। ଏହେଦେ ଅଧାରର ହେଲାରୁ ସେ କାମ୍‌ବୁତା କରି ନାଇଁ ପାରବାର। ଏନ୍‌ତାଥି ସେ ନିଜର ପୁତରା ଘରେ ଆଶ୍‌ରେ ନେଇଛନ୍‌। ହେଲେ ପୁତରା ଏନ୍‌ଥେଇ ବସେଇ କରି କେତେଦିନ୍‌ ଖାଏବାକେ ଦେବା ଭାବି କିର୍ତ୍ତନ କାହାକେ କିଛି ନାଇଁକହି କରି ଗଁା ଗଁା ବୁଲି ଭିଖ୍‌ ମାଗୁଛନ୍‌। ଭିଖ୍‌ରେ ଯାହା ପାଉଛନ୍‌ ସେଥ୍‌ରେ ସେ ଚଲୁଛନ୍‌। ଇଆଡ଼େ ସରକାରୀ ସୁବିଧା କହେଲେ ମାସିକ ପାଉଥିବାର ୫ କେ.ଜି. ଚାଉଲ। କିର୍ତ୍ତନ ବୁଢ଼ାବୁଢ଼ି ଭତା ପାଏବାର ଲାଗି ଅନେକ ଥର ପଁଚେତ୍‌ରେ କାଗଜପତର ଦାଖଲ କରି ନିରାଶ ହେଇଛନ୍‌। ସେନ୍‌ତା କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ପରକାର ଆବାସ ଯୋଜନାରେ ଗରିବ୍‌ଦୁଖି, ନିଅଁାସିମାନକୁ ସାମିଲ କରି ପକାଘର ଯୁଗେଇ ଦେଉଛନ୍‌। ହେଲେ କିର୍ତ୍ତନ ନିହାତି ଗରିବ୍‌ ଆର ନିଅଁାସି ହେଇଥିଲେ ବି ସରକାରକଁର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ପୁତରା ଦୟା ଦେଖେଇ ଦେଇଥିବାର ଘର ବଖ୍‌ରେରେ ସେ ମୁଡ଼ ଗୁଁଜିଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌କୁଁ ପଚରାଲାରୁ ତାକର କାଗଜପତର ଯଁାଚ୍‌ କରି ଭତା ଆର ସରକାରୀ ନିୟମ ହିସାବେ ପକାଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।