Advertisement

ଭତା ଦେବାରେ ପରଶାସନ କୁଁଥ୍‌କୁଁଥ୍‌:ଜିଲାପାଲକୁଁ ଭେଟଲେ ୨୭ କଳାକାର

ତଳଗାଁ, ୭ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ୨୭ ଝନକୁ ମୁଖ୍ୟମନ୍ତ୍ରୀ କଳାକାର ଭତା ଦେବାର ଲାଗି ଗଲା ୧୨ା୧୨ା୨୦୧୮, ପତର ସଂଖ୍ୟା ୪୦୬୨ ଅନ୍‌ସାରେ ମଂଜୁର ହେଇଛେ। ହେଲେ ଭତା ପାଏବାର ଲାଗି ଥାନୀୟ କଳାକାରମାନେ ବ୍ଲକନୁ ଜିଲା ପରଶାସନ ତକ୍‌ ନରଦି ନରଦି ନିହାଲ ହେଇଗଲେନ ବଲି ବ୍ଲକ କଳାକାର ସଂଘର ସଭାପତି ଲକ୍ଷ୍ମଣ ପ୍ରଧାନ କହିଛନ୍‌। ଇଆଡ଼େ ଭତା ମଂଜୁର ହେବାର ୮ ମାସ ବିତବାକେ ଥିଲାବେଲେ କଳାକାରମାନେ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଗଲା ସୋମବାର କଳାକାର ସଂଘର ସଭାପତି ଲକ୍ଷ୍ମଣ ପ୍ରଧାନକଁର ମଂଗୁଆଲତିରେ ଗୋକୁଳାନନ୍ଦ ସାମଲ, ଅବଧୁତ ପାଢ଼ୀ, ନୀଳମଣି ବେହେର, ଦନେଇ ମେହେର, ମୋହନ ପ୍ରଧାନ, ସୁବୋଧ ଭୋକ୍ତା ପରମୁଖ ୨୭ ଝନ୍‌ କଳାକାର ଜିଲାପାଲକଁର ଅଭିଯୋଗ ଶୁନାନୀରେ ଅଭିଯୋଗ କରିଥିଲେ। ଜିଲାପାଲ ଲଲାଟେନ୍ଦୁ ମିଶ୍ର କାଗଜ ପତର ଯଁାଚ୍‌ କଲା ଉତାରୁ ଇ ଦିଗେ ପଦକ୍ଷେପ ନିଆଯିବା ବଲି କଳାକାରମାନକୁ କଥା ଦେଇଥିଲେ। ହେଲେ ଯେତେ ଜଲଦି ହେବା କଳାକାରମାନକୁ ଭତା ଦିଆଯାଉ ବଲି ସଂଘ ତରଫୁ ଦାବି କରାଯାଇଛେ। ଇ ବାବ୍‌ଦେ ସିଏସଓ ବିରଞ୍ଚତ୍ ନାରାୟଣ ପଣ୍ଡାକୁଁ ପଚରାଲାରୁ ବ୍ଲକ ପରଶାସନ ତରଫୁ ସବୁ କାମ୍‌ ଶେଷ୍‌ ହେଇଛେ। ଜିଲା ପରଶାସନ ପାସେ ଫାଇଲ ପଡ଼ି ରହିବାର ଲାଗି ଭତା ଦେବାରେ ବିଲମ୍‌ ହେଉଛେ ବଲି ସେ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share