ଲାଠୋର, ୨୮ା୧୨ (ଡି.ଏନ୍.ଏ.)-
ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ବହୁତ୍ ପ୍ରାଚୀନ। ସେନ୍ତା ଇଠାନର ଜାନିଯାତ୍ରା, ପରବ୍, ଉଛବ୍, ବିହାବରୁ ସଂଗେ ଯୁଡ଼ି ହେଇରହିଛେ ଢୋଲ, ଲିସାନ, ତାସା, ମୁହୁରୀ ଲେଖେଁ ପ୍ରାଚୀନ ବାଦ୍ୟଯନ୍ତ୍ର। ଇ ବଜାମାନ ଆଗରୁ ପୁରଖାପାତିନୁ ପିଢ଼ିଧରି ପିଢ଼ି ଦଲିତ୍ ସମାଜର କଳାକାରମାନେ ବଜେଇ ଆସୁଥିଲେ। ଇ ବଜାମାନକୁ ସମାଜରେ ଶୁଭ ବଜା ବଲି ଗନ୍ତି କରାଯାଏସି। କେହେନ୍ସି ବିହାବରପନ୍ ହେଉକି ଜାନିଯାତ୍ରା ସବୁଥି ଗଁଡ଼ାବଜା ମୂଲ ଆଏ। ପୁରାତନକାଲୁ ଇ ସମାଜର କଳାକାରମାନେ ବଜା ବଜେଇ ନିଜର କୁଟୁମ ପୁଷୁଥିଲେ। ହେଲେ ଆଏଜ୍କାଲି ଆଧୁନିକତାର ଛାପ୍ରେ ଆମର ସମାଜରେ ଅନେକ ପରିବରତନ୍ ହେବାର ସଂଗେ ସରକାରୀ ପୋରଛାହନ୍ ଅଭାବୁ କଳାକାରମାନେ ଇ ବୁର୍ତିରୁ ମୁହୁଁ ଫିରେଇ ନେଉଛନ୍। ଇଆଡ଼େ ଯେ ସରକାର କଳାକାରମାନକୁ ଭତା ପୋରଛାହନ୍ ଯୁଗେଇ ଦେବାର କଥା କହୁଛନ୍।
ସୂଚନା ହିସାବେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଁଚେତ୍ ଅଧୀନ ଜଲପାଙ୍କେଲ ଗଁାର ଗଁଡ଼ାବଜାର କଳାକାର ବିନୋଦ ସୁନା, ମୀନକେତନ ସୁନା, ବନା ସୁନା, ମକାରୁ ବିଭାର, ହରି ସୁନା, ପୁରନ୍ଦର ତାଣ୍ଡି, ହେରନା ସୁନା ଦୁଇ ଦୁଇଥର ଦରକାରୀ କାଗଜପତର ଦେଇ କଳାକାର ଭତାର ଲାଗି ପଁଚେତ୍ରେ ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍। ଇ କଳାକାରମାନେ ନିଜର ବାପ୍ଅଜା ଅମଲରୁ କଳାକେ ବଁଚେଇ ରଖ୍ବାର ସଂଗେ ନିଜର କୁଟୁମ ପୁଷିଆସୁଛନ୍। ଅଂଚଲର ଆସରପାସର ଗଁାଗଁଡ଼ାରେ ହେଉଥିବାର ବିହାବରପନ, ବରୁଘର, ଜାନିଯାତ୍ରାରେ ନିଜର କଳାର ପରଦରଶନ କରି ଦୁଇପଏସା ରୁଜଗାର କରୁଛନ୍। ହେଲେ ଆଏଜ୍କାଲି ଇ ଆଧୁନିକ ଯୁଗେ ଲୋକ୍ ଗଁଡ଼ାବଜା ବଦ୍ଲା ଡିଜେ, ବ୍ୟାଣ୍ଡପାର୍ଟିକେ ବେଶି ପସନ୍ କରୁଛନ୍। ଯେନ୍ଥିରଲାଗି ଇ ପ୍ରାଚୀନ କଳା ଦିନୁଦିନ୍କେ ବୁଡ଼ବାକେ ବସଲାନ ବଲି କଳାକାରମାନେ କହିଛନ୍। ଏନ୍ତାଥି ସରକାରୀ ପୋରଛାହନ୍ ଅଭାବୁ ଅନେକ କଳାକାର ଇ କୁଲବୁରତିରୁ ମୁହୁଁ ମୁରି ଉନିଅଁା କାମ୍ଧଁଦା କଲାବେଲେ ଆରକେତେ ଉପେ ଶୂଇନ୍ ହେଇ କଳାକେ ବଁଚେଇ ରଖିଛନ୍। ଆଏଜ୍କାଲି ଇ ବୁର୍ତିରୁ ଯାହା କମାନି ହେଉଛେ ସେଥ୍ରେ ଛୁଆପିଲାକୁ ପାଠ୍ ଦୁଇଅଖର ପଢ଼ାବାର ତ ଦୂରେ ଥାଉ, ଦୁଇବେଲା ଦୁଇମୁଠା ଖାଏବାରଟା ବି ଯୁଟାବାରଟା ଭିଡ଼ ହେଇଯାଉଛେ ବଲି କଳାକାରମାନେ କହିଛନ୍। ଅତି କମ୍ରେ ସରକାର ଆମକୁ କଳାକାର ଭତା ଦେଲେ ହେଲେ ଇ କଳାଟାକେ ବଁଚେଇ ରଖିହେତା ବଲି କଳାକାରମାନେ ମନ୍ଦୁଖ କରି କହିଛନ୍। ଇ ସମସିଆଟା ଖାଲି ଜଲପାଙ୍କେଲ ଗଁାର ନୁହେଁ ପଶ୍ଚିମ ଓଡ଼ିଶାର ଅନେକ ଜାଗାରେ ରହିଛେ। ଇ ଦିଗେ ରାଏଜ୍ ସରକାର, ଜିଲା ପରଶାସନ କଳାକାରମାନକୁ ଚିନ୍ହଁଟ୍ କରି ତାହାକୁ ଭତା ଯୁଗେଇ ଦେବାର ବେବସ୍ତା କରବାର କଥା ବଲି କଳାକାରମାନେ ଦାବି କରିଛନ୍।