ଭତ୍ତା ଟଙ୍କା ନେଇ ଯାଉଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁଟ୍‌ର ଶିକାର

କଣ୍ଟାମାଳ,୧୬।୮(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡା- ଲମ୍ବସରି ରାସ୍ତାର ଯୋଗୀନ୍ଦ୍ରପୁର ନିକଟରେ ଶୁକ୍ରବାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିପୁଳ ଦାସଙ୍କଠାରୁ ଲୁଟ୍‌ ହୋଇଛି।
ସୂଚନାଯୋଗ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ ୩ ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା ନେଇ କାର ଯୋଗେ ଲମ୍ବସରି ପଞ୍ଚାୟତକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Share