ଭତ୍ତା ନ ପାଇ ଦୁର୍ଦ୍ଦିନରେ ୨୧୧ କଳାକାର

କୃଷ୍ଣପ୍ରସାଦ,୨୩ା୮(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କିଛିବର୍ଷ ଧରି ୨୧୧ କଳାକାର ଭତ୍ତା ପାଇ ଅସୁଥିଲେ। ତେବେ ଏମାନଙ୍କ ଭତ୍ତା ବନ୍ଦ କରିଦିଆ ଯାଇଥିବାରୁ ଗୁରୁବାର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଏମାନେ ୧୨ଶହ ଟଙ୍କା କଳାକାର ଭତ୍ତା ପାଇବା ପରେ ୫୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ବନ୍ଦ ହୋଇଯାଇଥିଲା ା ତେବେ ଗତ ୬ ମାସ ଧରି ପ୍ରତିମାସରେ କଳାକାର ଭତ୍ତା ନ ପାଇବାରୁ ଗରିବ, ରୋଗାକ୍ରାନ୍ତ ଓ ଭିନ୍ନକ୍ଷମ ହିତାଧିକାରୀମାନେ ଦୁର୍ଦ୍ଦିନ ମଧ୍ୟରେ ଜୀବନ ବିତାଉଛନ୍ତି ା ନିଜର ସାଧାରଣ ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ହେବା ସହ ଔଷଧ କିଣିବାକୁ ମଧ୍ୟ ଅର୍ଥାଭାବର ଶିକାର ହୋଇ ଦୁଃଖ ଓ ଦୁର୍ଦ୍ଦଶା ଭୋଗ କରୁଛନ୍ତି। କୃଷ୍ଣପ୍ରସାଦ ବ୍ଲକସ୍ଥିତ ଆଖଣ୍ଡଳେଶ୍ୱର ପାଇକ ଆଖଡ଼ାସଂଘର ସମ୍ପାଦକ ସୁବାସ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବିଡିଓ ଅଭିମନ୍ୟୁ ମାଝିଙ୍କୁ ଏ ନେଇ ହିତାଧିକାରୀମାନେ ବକେୟା ଭତ୍ତା ପ୍ରଦାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି ା ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ କଳାକାରମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ା ଭଗବାନ ବରାଳ, ଜଗନ୍ନାଥ ପଲେଇ, ପଞ୍ଚାନନ ତରେଇ, ଗଙ୍ଗାଧର ପଲେଇ, କୃଷ୍ଣଚନ୍ଦ୍ର ପଲେଇ, ଧନେଶ୍ୱର ଦଳେଇ, ପର୍ଶୁରାମ ପ୍ରଧାନ, ଭାବଗ୍ରାହୀ ଜେନା, ଏକାଦଶୀ ବିଶ୍ୱାଳ, କେଳୁ ଚରଣ ଜେନା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।