ଭତ୍ତା ହିତାଧିକାରୀଙ୍କୁ କରୋନା ସୁରକ୍ଷା କିଟ୍‌

କେନ୍ଦ୍ରାପଡା ଅଫିସ, ୨୨।୪-କେନ୍ଦ୍ରାପଡ଼ା ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ଭତ୍ତା ହିତାଧିକାରୀଙ୍କୁ କରୋନା ସୁରକ୍ଷା କିଟ୍‌ ବୁଧବାର ପ୍ରଦାନ କରାଯାଇଛି। ଜିଲାର ୮୦ ବର୍ଷରୁ ଊର୍ଦ୍ଧ୍ୱ ୨୧,୭୪୯ ଭତ୍ତା ହିତାଧିକାରୀଙ୍କୁ ୨ଟି ଲେଖାଏ ମାସ୍କ, ୨ଟି ଓଆରଏସ ପାକେଟ, ସାବୁନ, କରୋନା ସମ୍ପର୍କୀତ ସଚେତନତା ପତ୍ର ସହିତ ଏକ ଫଳ ଚାରା ବଣ୍ଟନ କରାଯାଇଥିବା ବିଭାଗୀୟ ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, ଜିଲା ପ୍ରଶାସନ ସର୍ବଦା ବରିଷ୍ଠଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଆସିଛି। ଏହି ପରିସ୍ଥିତିରେ ବରିଷ୍ଠ ବ୍ୟକ୍ତିଙ୍କ ମନୋବଳ ବଢ଼ାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର ତପତ୍ର ଅଛନ୍ତି। ଏହି କ୍ରମରେ ଜିଲାର ୧୮୩୨୨୫ ଜଣ ଭତା ହିତାଧିକାରୀଙ୍କୁ ଇତିମଧ୍ୟରେ ୪ ମାସର ଅଗ୍ରୀମ ଭତା ବଣ୍ଟନ କରାଯାଇଥିବା ବେଳେ ୮୦ ବର୍ଷରୁ ଊର୍ଦ୍ଧ୍ୱ ଭତ୍ତା ହିତାଧିକାରୀଙ୍କୁ ସୁରକ୍ଷା କିଟ୍‌ ପ୍ରଦାନ କରାଯାଇଛି।

Share