ଭଦ୍ରକରେ ଆଉ ୯ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ଛୁଇଁଲା

ଭଦ୍ରକ ଅଫିସ, ୧୪।୫: ଭଦ୍ରକ ଜିଲାରେ ଗୁରୁବାର ସକାଳେ ଆଉ ୯ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ୪୦କୁ ଛୁଇଁଛି। ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ସୂଚନା ମୁତାବକ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଗୁଜୁରାଟ ଫେରନ୍ତା, ୩ଜଣ ପଶ୍ଚିମବଙ୍ଗ ଓ ଜଣେ କର୍ନାଟକ ଫେରନ୍ତା ବୋଲି ପ୍ରଶାସନ ପକ୍ଷରୁ ସୂଚନା ରହିଛି। ଅପରପକ୍ଷେ ଜିଲାରେ ୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ପକ୍ଷରୁ ସୂଚନା ଦିଆଯାଇଛି।