ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୧ ଛୁଇଁଲା

ଭଦ୍ରକ ଅଫିସ,୧୦।୬: ବୁଧବାର ଭଦ୍ରକ ଜିଲାରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଚି଼ହ୍ନଟ ଜଣକ କୋଲକତା ଫେରନ୍ତା ଓ ସେ ସଙ୍ଗରୋଧ କେନ୍ଦ୍ରରୁ ଚି଼ହ୍ନଟ ହୋଇଥିବା କୁହାଯାଇଛି। ଜିଲାରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଛି।