ଭଦ୍ରକରେ ଜନତା କର୍ଫ୍ୟୁକୁ ପାଳନ କରିଛନ୍ତି ଜନସାଧାରଣ: ରାସ୍ତାଘାଟ ଶୂନ୍‌ଶାନ

ଭଦ୍ରକ ଅଫିସ,୨୨।୩: ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସତର୍କ, ସ୍ବଚ୍ଛତା ଓ ସାମାଜିକ ଦୂରତା ନିହାତି ଜରୁରୀ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ଆହ୍ବାନକୁ ସବୁବର୍ଗରେ ସ୍ବାଗତ କରାଯିବା ସହ ସ୍ବତଃପ୍ରବୃତ୍ତ ଭାବେ ଭଦ୍ରକ ଜନସାଧାରଣ ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ଜିଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବସ୍‌ ଓ ରେଳ ଚଳାଚଳ ବନ୍ଦ ରହିଛି।