ଭଦ୍ରକରେ ନିର୍ମାଣହେବ କାନ୍ତକବିଙ୍କ ସ୍ମାରକୀ

ଭୁବନେଶ୍ୱର,୧୧ା୬(ବ୍ୟୁରୋ)-ଭଦ୍ରକରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରାଯିବ। ଏହି କାଳଜୟୀ କବିଙ୍କ ରଚନା ‘ବନ୍ଦେ ଉତ୍କଳ ଜନନୀ’ ନିକଟରେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏନେଇ ଭାବପ୍ରବଣତା ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସ୍ମାରକୀ ପ୍ରତିଷ୍ଠା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଭଦ୍ରକଠାରେ କାନ୍ତକବିଙ୍କ ଏକ ପୂର୍ଣ୍ଣ।ବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏଥିଲାଗି ଦେଢକୋଟି ଟଙ୍କା ବ୍ୟୟ କରାଯିବ। ଗୁରୁବାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଲ ଦେବ ପ୍ରମୁଖ ବୈଠକରେ ଉପସ୍ଥିତ ରହି ମତ ରଖିଥିଲେ।

Share