ଭଦ୍ରକ ଅଫିସ,୧୫ା୬ : ସୋମବାର ଭଦ୍ରକ ଜିଲାରୁ ୧୯ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଛି। ଏମାନଙ୍କ ମଧ୍ୟରୁ ୧୫୧ ସୁସ୍ଥ ହୋଇଥିବା ବେଳେ ୨୬ ଜଣ ଚିକିତ୍ସାଧୀନ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ କର୍ନାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଦିଲ୍ଲୀ, ତାମିଲନାଡୁ, କେରଳ, ହରିୟାଣା, କୋଲକାତା, ପଶ୍ଚିମବଙ୍ଗ, ଓମାନ ଫେରନ୍ତା ବୋଲି ଜଣାପଡ଼ିଛି। ସମସ୍ତେ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି।