ଭଦ୍ରକରେ ପହଞ୍ଚିଲା ତୃତୀୟ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌

ଭଦ୍ରକ ଅଫିସ,୧୩ା୫: ଭଦ୍ରକ ଷ୍ଟେଶନରେ ବୁଧବାର ତୃତୀୟ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ପହଞ୍ଚିଛି। ଏଥିରେ ସମୁଦାୟ ବିଭିନ୍ନ ଜିଲାର ୧୮୪ ଜଣ ଓହ୍ଲାଇଛନ୍ତି। ଭଦ୍ରକର ୫୧, କେନ୍ଦୁଝରର ୨୪, ଯାଜପୁର ୨୨, ବିନା ପଞ୍ଜିକୃତରେ ବିଭିନ୍ନ ଜିଲାରୁ ୮୭ଜଣ ପ୍ରବାସୀ ଓଡ଼ିଆ ଗୁଜରାଟର ଥାନେ ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ସ୍କ୍ରିନିଂ କରାଯାଇ ସ୍ବତନ୍ତ୍ର ବସ୍‌ ଯୋଗେ ନିଜ ନିଜ ଜିଲାକୁ ପଠାଯିବାର ବ୍ୟବସ୍ଥା କରାଯାଇଛି।