ଭଦ୍ରକରେ ପହଞ୍ଚିଲା ଦ୍ୱିତୀୟ ଶ୍ରମିକ ସ୍ପେଶାଲ ଟ୍ରେନ: ଓହ୍ଲାଇଲେ ୩୨୬ଜଣ

ଭଦ୍ରକ ଅଫିସ, ୧୩।୫: ଭଦ୍ରକ ଷ୍ଟେଶନରେ ବୁଧବାର ସକାଳେ ଦ୍ୱିତୀୟ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଥାନେଗଡ଼ରୁ ଆସିଥିବା ଏହି ଟ୍ରେନ ଭଦ୍ରକ ଷ୍ଟେଶନରେ ୩୨୬ଜଣଙ୍କୁ ଓହ୍ଲାଇ ବାଲେଶ୍ୱର ଅଭିମୁଖେ ଗସ୍ତ କରିଥିବା ଜଣାପଡ଼ିଛି। ଭଦ୍ରକ ଷ୍ଟେଶନରେ ଭଦ୍ରକ ଜିଲାର ୧୫୪ ଜଣ ଯାଜପୁରର-୭୫, ବଲାଙ୍ଗୀର-୨, ଗଞ୍ଜାମ- ୩, କଳାହାଣ୍ଡି-୩, ଜଗତସିଂହପୁର-୨ ଓ ଅଣପଞ୍ଜିକୃତ-୮୦ ଜଣ ଓହ୍ଲାଇଥିଲେ। ପରେ ସେମାନଙ୍କର ପଞ୍ଜୀକରଣ କରାଯାଇ ଥରମାଲ୍‌ ଟେଷ୍ଟ କରାଇ ନିଜ ନିଜ ଜିଲାକୁ ପଠାଯାଇଥିବା ଜଣାପଡ଼ିଛି।